ଗୋଟିଏ ଦିନରେ ୬ ସ୍ବାଇନ୍ ଫ୍ଲୁ ପଜିଟିଭ୍

ଭୁବ‌େନେଶ୍ବର : ଆଜି ଗୋଟିଏ ଦିନରେ ୬ ସ୍ବାଇନ୍ ଫ୍ଲୁ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଚଳିତବର୍ଷ ରାଜ୍ୟରେ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଛି। ତେବେ ଗୋଟିଏ ଦିନରେ ୬ ଜଣ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟରେ ସ୍ବାଇନ୍ ଫ୍ଲୁ ସ୍ଥିତିକୁ ନେଇ ପୁଣିଥରେ ଚର୍ଚା ଆରମ୍ଭ ହୋଇଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆଜି ୧୬ଟି ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା, ତହିଁରୁ ୬ଟି ନମୁନା ପଜିଟିଭ୍ ରହିଥିଲା। ଏସ୍‌ସିବି ମେଡିକାଲରେ ୨ଜଣ, ଏମ୍‌ସରେ ଜଣଙ୍କୁ ବାଦ୍ ଦେଲେ ରାଜଧାନୀର ୩ଟି ଘ‌ରୋଇ ମେଡିକାଲରେ ଆକ୍ରାନ୍ତମାନେ ଚିକିତ୍ସିତ ହେଉଛନ୍ତି। ବିଗତ କିଛିଦିନ ଭିତରେ ରାଜ୍ୟରେ ଜଣେ କିମ୍ବା ଏକାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଚଳିତବର୍ଷ ଆରମ୍ଭରୁ ସ୍ବାଇନ୍ ଫ୍ଲୁ ଚିହ୍ନଟ ହେବା ଆରମ୍ଭ ହୋଇଥିଲା। ମୁଖ୍ୟତଃ ଜୁଲାଇ-ଅଗଷ୍ଟରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଚଳିତବର୍ଷ ଜାନୁଆରି ମାସରୁ ପୁଣିଥରେ ସ୍ବାଇନ୍ ଫ୍ଲୁ ଦେଖାଦେବା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଚିନ୍ତାରେ ପକାଇଛି।

ସମ୍ବନ୍ଧିତ ଖବର