ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଭିସୁଟ୍‌ର ୭ ପ୍ରଫେସର

ବୁର୍ଲା : ଯୁକ୍ତରାଷ୍ଟ୍ରର ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡର ଏଲ୍‌ସେଭିୟର୍‌ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ଏବଂ ଗବେଷକଙ୍କ ତାଲିକାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ର ୭ ଜଣ ପ୍ରଫେସର ସ୍ଥାନ ପାଇଛନ୍ତି। କ୍ୟାରିଅର ଓ ୨୦୨୦ ମସିହା ପର୍ଯ୍ୟନ୍ତ ପ୍ରକାଶିତ ଗବେଷଣା ପୁସ୍ତକ ଆଧାର କରି ପ୍ରସ୍ତୁତ ତାଲିକାରେ ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ଡ. ସିଦ୍ଧାର୍ଥ ପଣ୍ଡା ୭୭୬ ଏବଂ ପ୍ରଡକ୍‌ସନ ବିଭାଗର ଡ. ଏନ୍‌. କୁଣ୍ଡ ୩୨୦୮ ରାଙ୍କ ହାସଲ କରିଛନ୍ତି।

କେବଳ ୨୦୨୦ ଶିକ୍ଷାବର୍ଷର ଗବେଷଣାକୁ ଆଧାରକରି ପ୍ରକାଶିତ ଦ୍ବିତୀୟ ତାଲିକାରେ ମଧ୍ୟ ଡ. ପଣ୍ଡା ୩୬୮ ରାଙ୍କରେ ହାସଲ କରିଛନ୍ତି। ସେହିପରି ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ଡ. ଆର. କେ ସାହୁ ୨୫୯୩, ଡ. ବନଜା ସାହୁ ୩୨୨୬, ରସାୟନ ବିଜ୍ଞାନ ବିଭାଗର ଡ. ଅଚ୍ୟୁତ ପଣ୍ଡା ୩୩୭୧, ପ୍ରଡ଼କ୍‌ସନ ଇଂଜିନିୟରିଂ ବିଭାଗର ଡ. ତୃପ୍ତି ରଂଜନ ମହାପାତ୍ର ୩୨୧୧ ଏବଂ ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ଡ. ପାପିୟା ରାୟ ୧୪୩୭ ରାଙ୍କ ପାଇଛନ୍ତି। ଏହି ସଫଳତା ଭିସୁଟ୍‌ ପାଇଁ ଗର୍ବର ବିଷୟ ବୋଲି କୁଳପତି ଡ. ବଂଶୀଧର ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର