ବନ୍ୟା ଘେରରେ ରହିଛନ୍ତି ଶହ ଶହ ଓଡ଼ିଆ, ସହାୟତା ପାଇଁ କେରଳ ସରକାରଙ୍କୁ ପତ୍ର ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର : କେରଳରେ ଏବେ ଗତ ୧୦୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ବନ୍ୟାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କେରଳରେ କାମ କରୁଥିବା ଶହ ଶହ ଓଡ଼ିଆ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏସବୁ ଲୋକମାନଙ୍କୁ ଉଦ୍ଧାର ତଥା ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କେରଳ ସରକାରଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କେରଳର ରାଜ୍ୟ ରିଲିଫ କମିଶନରଙ୍କୁ ଏକ ପତ୍ର ଲେଖି ବନ୍ୟାରେ ପ୍ରଭାବିତ ଓଡ଼ିଆ ଲୋକମାନଙ୍କର ଏକ ତାଲିକା ପ୍ରଦାନ କରାଯାଇଛି । ଏହି ତାଲିକାରେ କେରଳର ବିଭିନ୍ନ ଜିଲ୍ଲାରେ ଫସି ରହିଥିବା ପ୍ରାୟ ୨୯୮ ଜଣ ଓଡ଼ିଶାଙ୍କ ନାଁ ଓ ଫୋନ ନମ୍ବର ଉଲ୍ଲେଖ ରହିଛି । ଏହି ତାଲିକାରେ ଓଡ଼ିଶାର ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରୁ ଯାଇଥିବା ଲୋକମାନଙ୍କ ନାଁ ରହିଛି ।

ସମ୍ବନ୍ଧିତ ଖବର