ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଶୀତ କମିବାର ନାଁ ଧରୁନି। ଚଳିତ ବର୍ଷ ଶୀତର ପ୍ରକୋପ ବଢିବା ସହ ହାଡ଼ଭଙ୍ଗା ଶୀତରେ ସାରା ଅଞ୍ଚଳ ଥରହର ହେଉଛି। ଗତ ସପ୍ତାହ ହେଲା ପାରଦ ତଳମୁହାଁ ହେବା ସହ ଅସହ୍ୟ ଶୀତ ଜନଜୀବନ ଅସ୍ତବ୍ୟସ୍ତ କରିବାରେ ଲାଗିଛି। ଗତକାଲି ପାରଦ ୨.୬ ଡିଗ୍ରି ଥିବା ବେଳେ ଆଜି ୩.୨ ଡିଗ୍ରି ରେକର୍ଡ ହୋଇଛି।
ଆଜି ପାଗ ଏକ ପ୍ରକାର ବଦଳି ଯାଇଛି। ଦିନରେ କୋହଲା ମେଘୁଆ ପାଗକୁ ଥଣ୍ଡା ପବନ ବୋହିବା ଯୋଗୁଁ ଦିନରେ ବି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଦିନକୁ ଦିନ ଥଣ୍ଡାର ପରିମାଣ ବୃଦ୍ଧି ଯୋଗୁଁ ଲୋକ ତ୍ରାହିତ୍ରାହି ଡାକିଲେଣି। ଏମିତି ଆହୁରି କେତେଦିନ ଶୀତ ସମ୍ଭାଳିବାକୁ ପଡ଼ିବ ବୋଲି ବୟୋବୃଦ୍ଧମାନେ କହୁଥିବା ବେଳେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆହୁରି ଦଶ ଦିନ ଶୀତ ଲାଗି ରହିବ।
ଜାନୁଆରି ମାସରେ ଏହିଭଳି ଶୀତ କେବେ ଅନୁଭବ ହେଇନଥିବା କହିଛନ୍ତି ବରିଷ୍ଠ ନାଗରିକମାନେ। ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯେଉଁ ଭଳି ଭାବେ ହୋଇଛି ପୂର୍ବ ଅନୁମାନ ଅନୁସାରେ ଶୀତ ବି ସେଇଭଳି ତାର ପ୍ରକୋପ ଦେଖେଇବାରେ ଲାଗିଛି। ଦିନରେ ସୂର୍ଯ୍ୟଙ୍କ ଉତ୍ତାପ ଏବଂ ରାତିରେ ଅଗ୍ନିଙ୍କ ଭରସାରେ ଦିନରାତି ବିତୁଛି।ଅସହ୍ୟ ଜାଡ ଯୋଗୁଁ କଲବଲ ହେଉଛନ୍ତି ଗରିବ ଲୋକ। ସ୍ଥାନୀୟ ସହରର ତାପମାତ୍ରା ୨.୫ଡିଗ୍ରି ଥିବା ବେଳେ ପାହାଡ଼ ପର୍ବତ, ଜଙ୍ଗଲ ଘେରା ମୁକୁଲିଙ୍ଗିଆ, ଗୁନ୍ଦାବାଜୁ, ରେଟୁଡି, ଡଡ଼ାପଡ଼ା, ଲାବୋରି, ଲଏରେଜୁ ଭଳି ଦୁର୍ଗମ ଅଞ୍ଚଳରେ ଆହୁରି କମ ତାପମାତ୍ରା ଅର୍ଥାତ ୧ଡିଗ୍ରି ତାପମାତ୍ରା ରହୁଥିବା ଅନୁମାନ କରାଯାଉଛି।
ଆହୁରି ପଢ଼ନ୍ତୁ: Kolkata Police Businessman Bargarh ଲକ୍ଷାଧିକ ଟଙ୍କାର ସୁନା ଆଣି ଟଙ୍କା ଦେଇନଥିଲେ ଗହଣା ବ୍ୟବସାୟୀ, ଉଠାଇନେଲା କୋଲକାତା ପୁଲିସ୍
ଯନ୍ତ୍ରଣା ପାଉଛନ୍ତି ଯାତ୍ରୀ
ଆଜି ବହୁ ସ୍ଥାନରେ ତୁଷାରପାତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ପଡିଆ, ପାଳଗଦାଗୁଡ଼ିକରେ ତୁଷାର ପଡ଼ିଥିବା ଏବଂ ହାତରେ ବରଫ ବାହାର କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବିନା ଗରମ ପୋଷାକରେ ଚଳପ୍ରଚଳ କରିବା ଏକ ପ୍ରକାର ଅସମ୍ଭବ ଥିବା ବେଳେ ଝାଟିମାଟି ଘରେ ରହୁଥିବା ଗରିବ ପରିବାର ରାତିସାରା ନିଆଁ ଜାଳି ନିଆଁ ଭରଷାରେ ରାତି କାଟୁଛନ୍ତି। ସହରରେ ବସଷ୍ଟାଣ୍ଡ ନଥିବା ଏବଂ ବସ୍କୁ ଅପେକ୍ଷା କରିବା ନିମନ୍ତେ ଯାତ୍ରୀ ବିଶ୍ରାମଗୃହ ନ ଥିବା ଯୋଗୁଁ ସ୍ଥାନୀୟ ସହରରେ ବସ୍କୁ ଅପେକ୍ଷା କରିବା ନିମନ୍ତେ ରାସ୍ତାକଡ଼ରେ ଖୋଲା ଆକାଶ ତଳେ ଥଣ୍ଡା କାକରରେ ବସ୍କୁ ଅପେକ୍ଷା କରିବାକୁ ପଡୁଛି। ସହରର ଗାନ୍ଧୀ ଛକରେ ରାତି ସାରା ଲୋକ ଥଣ୍ଡା କାକରରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ନିମନ୍ତେ ବସ୍କୁ ଅପେକ୍ଷା କରିଥାନ୍ତି। ପ୍ରବଳ ଥଣ୍ଡା ଯୋଗୁଁ ଯାତ୍ରୀଙ୍କ ଯନ୍ତ୍ରଣା ବୃଦ୍ଧି ପାଇବାରେ ଲାଗିଛି।
ଆହୁରି ପଢ଼ନ୍ତୁ: One More Hindu Minority Killed: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ଅତି ନିର୍ମମ ଭାବେ ହତ୍ୟା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/10/untitled-13-2026-01-10-16-03-25.jpg)