ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା ଉପରୁ ପରଦା ହଟାଇଲା କମିସନରେଟ୍ ପୁଲିସ୍

ଭୁବନେଶ୍ବର: ରାଜଧାନୀର ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି କମିସନରେଟ୍ ପୁଲିସ୍। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ସେ କହିଛନ୍ତି ଯେ, ସ୍ବାମୀ ଶରତ ରାଉଳଙ୍କ ସହ ବିବାହ ବିଚ୍ଛେଦ ପରେ ମୃତ ମହିଳା ପୁଷ୍ପଲତା ରାଉଳ(୨୮) ଭରତପୁର ଅଞ୍ଚଳରେ ଏକ ଘର କରି ଅଙ୍ଗଦ ଦାସ ଓରଫ ସଂଜୟଙ୍କ ସହ କିଛି ଦିନ ରହିଥିଲେ।

ଏହାପରେ ପୁଷ୍ପଲତା ପ୍ରୀତିରଂଜନ ନାମକ ଭଦ୍ରକର ଜଣେ ଯୁବକଙ୍କୁ ଆମୋଫୋଇରେ ବିବାହ କରିଥିଲେ, ହେଲେ କିଛି ଦିନ ପରେ ବିବାଦ ହେବାରୁ ପୁଣି ସଂଜୟ ପାଖକୁ ଫେରି ଆସିଥିଲେ।ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ସଂଜୟ। ଘଟଣାକୁ ନେଇ ଉଭୟଙ୍କ ଭିତାରେ ପାଟିତୁଣ୍ଡ ଗଣ୍ଡଗୋଳ ହେବା ପରେ ପୁଷ୍ପଲତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ସଂଜୟ। ସଂଜୟ ଜଣେ ବୋଲେରୋ ଡ୍ରାଇଭର।
ଏହାପରେ ସେ ନିଜର ସହଯୋଗୀ ଶ୍ରୀକାନ୍ତ ଦାସ ସହ ଏକ ଗାଡ଼ିରେ ଅନ୍ଧାରୁଆ ଦାସପୁର ନେଇ ସେଠାରେ ମୁଣ୍ଡକୁ କାଟି ମୁଣ୍ଡ ବିହିନ ଶରରୀକୁ ଫୋପାଡ଼ି ଦେଇଥିଲେ ଏବଂ କଟାମୁଣ୍ଡକୁ ନେଇ ଅନ୍ୟ ଜାଗାରେ ପୋତି ଦେଇଥିଲେ। ଉଭୟ ସଂଜୟ ଓ ଶ୍ରୀକାନ୍ତ ଗଞ୍ଜାମ ଜିଲ୍ଲାର ହୁମା ଅଞ୍ଚଳର ବୋଲି ଜଣାଯାଇଛି। ପୁଷ୍ପଲତା ମଂଚେଶ୍ୱର ଧୀରକୁଟ ବସ୍ତିରେ ରହୁଥିଲେ। ପରେ ସଂଜୟ ପାତ୍ରପଡ଼ାର ପଥରଗାଡ଼ିଆ ବସ୍ତିରେ ଘର ତିଆରି କରି ରହୁଥିଲା। ସେଠାରେ ପରେ ସଂଜୟ ଓ ପୁଷ୍ପଲତା ରହୁଥିଲେ, ହେଲେ ପ୍ରୀତିରଂଜନ ସେଠାକୁ ବାରମ୍ବାର ଆସିବାରୁ ଝଗଡ଼ା ଆରମ୍ଭ ହୋଇଥିଲା ବୋଲି ଜଣାଯାଇଛି।

 

ସମ୍ବନ୍ଧିତ ଖବର