କଟକ: ସହରରୁ ପୁଣି ଠାବ ହେଲା ସେକ୍ସ ରାକେଟ । ଦୁଇ ଜଣ ରୂପଜୀବୀଙ୍କ ସହ ୨ ଜଣ ଗ୍ରାହକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ମର୍କତନଗର ଥାନା ପଛ ପଟେ ଥିବା ଏକ ହୋଟେଲରେ ଚାଲିଥିଲା ରାକେଟ ।
ସୂଚନା ଅନୁଯାୟୀ, କଟକ ସିଡିଏ ଅଞ୍ଚଳରେ ସେକ୍ସ ରାକେଟ ଉପରେ ଚଢାଉ କରିଛି ପୁଲିସ । ଓୟୋ ହୋଟେଲରେ ଚାଲୁଥିଲା ଦେହ ବେପାର । ଗ୍ରାହକ ଓ ଦେହଜୀବୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଛି ପୁଲିସ । କିଛି ଦିନ ହେବ ଏହି ଅଞ୍ଚଳରେ ଓୟୋ ହୋଟେଲରେ ଯୁବତୀ ରହୁଥିଲେ । ସେଠାରେ ବିଭିନ୍ନ ସ୍ଥାନରୁ ଯୁବକମାନେ ଆସୁଥିଲେ । ସବୁ କିଛି ଫୋନରେ ସେଟିଂ ହେଉଥିଲା । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରଖିଛି ପୁଲିସ।
ସୂଚନାଯୋଗ୍ୟ, ବିନା ପରିିଶ୍ରମରେ ଟଙ୍କା ରୋଜଗାର କରିବା ପାଇଁ ରାଜ୍ୟର ବଡ଼ ବଡ଼ ସହରରେ ବେଆଇନ୍ ଭାବେ ସେକ୍ସ ରାକେଟ ଚାଲିଛି। କିଛି ଦଲାଲଙ୍କ ମାଧ୍ୟମରେ ଯୁବତୀ ମାନେ ହୋଟେଲ, ଲଜ, ଗେଷ୍ଟ ହାଉସ, ଧର୍ମଶାଳା ସମେତ ଅନ୍ୟ ଗୋପନୀୟ ସ୍ଥାନରେ ଏହି ଧନ୍ଦା ଚଳାଉଛନ୍ତି।। ଏହି ସବୁ କାମରେ ଯୁବକ ଓ ବଡ଼ ବଡ଼ ବ୍ୟବସାୟୀମାନେ ମଧ୍ୟ ସଂପୃକ୍ତ ରହୁଛନ୍ତି। ଅନେକ ଘଟଣା ପୁଲିସ ସାମ୍ନାକୁ ଆସିପାରୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/14aafc89-a682-488d-b0b7-c78c90bf202c.jpg)