ଢେଙ୍କାନାଳରେ ପୁଣି‌ ସେକ୍ସ ରାକେଟ୍‌; ରାଣୀ ମହୁମାଛି ସମେତ ୨ ଯୁବତୀ, ୪ ଗ୍ରାହକ ଅଟକ

ଢେଙ୍କାନାଳ: ଅଳ୍ପ ଦିନର ବ୍ୟବଧାନ ପରେ ଢେଙ୍କାନାଳ ସହରରେ ପୁଣି ଥରେ ସେକ୍ସ ରାକେଟ ଠାବ ହୋଇଛି। ରାଣୀ ମହୁମାଛି ସମେତ ଦୁଇ ଜଣ ଯୁବତୀ ଓ ଚାରି ଯୁବକଙ୍କୁ ସଦର ଥାନା ପୁଲିସ ଅଟକ ରଖିଛି। ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ଯେ, ଦୁଇ ଯୁବତୀ ପଶ୍ଚିମବଙ୍ଗର ଥିଲେ।

ସୂଚନା ଅନୁସାରେ ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦନଗର ଠାରେ ଏକ ଭଡା ଘରେ ସେକ୍ସ ରାକେଟ ଚାଲୁଥିବା ନେଇ ଟାଉନ ଥାନା ପୁଲିସ  ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଥିଲା। ଆଜି ରାତି ନଅଟାରେ ଉକ୍ତ ଘରେ ପୁଲିସ ଅତର୍କିତ ଭାବେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ ସେଠାରୁ ଚାରିଜଣ ଯୁବକ ଓ ରାଣୀ ମହୁମାଛିକୁ ଧରିଛି।

ପୁଲିସ ଜାଣିବାକୁ ପାଇଛି ଯେ, ପଶ୍ଚିମବଙ୍ଗର ଜଣେ ମହିଳା ତାଙ୍କ ସ୍ବାମୀ-ପରିବାର ସହିତ ଆନନ୍ଦନଗରରେ ଗତ ୨ ମାସ ହେବ ଭଡ଼ାଘରେ ରହୁଥିଲେ। ଏହାରି ଭିତରେ ସେ ପଶ୍ଚିମବଙ୍ଗରୁ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲେ। ଆଜି ଦେହ ବ୍ୟବସାୟ ସଂପର୍କରେ ଜଣାପଡ଼ିବା ପରେ ପୁଲିସ ଅତର୍କିତ ଭାବେ ଚଢ଼ଉ କରିଥିଲା। ପୁଲିସ ସେମାନଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ପଚରା ଉଚୁରା ଜାରି ରଖିଛି। ସେମାନଙ୍କ ପାଖରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି। ସୂଚନାଯୋଗ୍ୟ, ଗତମାସରେ ମଧ୍ୟ ଢେଙ୍କାନାଳ ସହରରେ ସେକ୍ସ ରାକେଟ ଠାବ ହୋଇଥିଲା।

ସମ୍ବନ୍ଧିତ ଖବର