ହାଇପ୍ରୋଫାଇଲ ସେକ୍ସ ରାକେଟ ପର୍ଦ୍ଦାଫାଶ, ରାଣୀ ମହୁମାଛି ସମେତ ୫ ଯୁବକ ଗିରଫ, ୩ ଯୁବତୀ ଉଦ୍ଧାର

ଭିଡିଓରେ ଶୁଣନ୍ତୁ ରାଣୀ ମହୁମାଛିଙ୍କ ବୟାନ

ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ ଭତରା ମଠପାଲିରେ ସେକ୍ସ ରାକେଟ ଠାବ ହୋଇଛି। ଏଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ର ପଛପାର୍ଶ୍ଵରେ ଚାଲିଥିବା ଏକ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟକୁ ଠାବ କରିଛି ପୁଲିସ୍‌। ଏଠାରେ ଦୀର୍ଘ ୧ ବର୍ଷ ହେବ ସେକ୍ସ ରାକେଟ ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ଏହି ରାକେଟର ରାଣୀ ମହୁମାଛି ଓ ୫ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଏହି ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ ଚାଲିଥିବା ସମୟରେ ଘଟଣାସ୍ଥଳରୁ ରାକେଟର ରାଣୀ ମହୁମାଛି ତପସ୍ୱିନୀ ଭୋଇ ଓ ୫ ଜଣ ଯୁବକଙ୍କୁ ଗିରଫ କରିଛି। ସେପଟେ, ଘଟଣାସ୍ଥଳରୁ ପୁଲିସ୍‌ ବାହାର ଜିଲ୍ଲାର ୩ ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି। ଏଥି ସହିତ ପୁଲିସ ଉକ୍ତ ଘର ଭିତରୁ ବିପୁଳ ପରିମାଣର ଯୌନ ଉତ୍ତେଜକ ସାମଗ୍ରୀ ଜବତ କରିଛି। ଏସମ୍ପର୍କରେ ଧନୁପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଉଦ୍ଧାର ହୋଇଥିବା ୩ ଯୁବତୀଙ୍କ ବୟସ ୨୦-୨୨ ବର୍ଷ ହେବ ଓ ସେମାନେ ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ଯୁବକମାନେ ସମସ୍ତେ ସମ୍ବଲପୁରର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ୩ଟି ବାଇକ୍‌, ୨ଟି ସ୍କୁଟି ଓ ୪ଟି ମୋବାଇଲକୁ ମଧ୍ୟ ପୁଲିସ୍‌ ଜବତ କରିଛି।

ଏସମ୍ପର୍କରେ ଧନୁପାଲି ପୁଲିସ୍‌ ବେଆଇନ୍‌ କାର୍ଯ୍ୟରେ ମାନବ ଚାଲାଣ ଆଇନ୍‌ ୧୯୫୮ ଓ ଭାରତୀୟ ଦଣ୍ଡବିଧି ଧାରା ୩୭୦ ଅନୁଯାୟୀ ମାମଲା ରୁଜୁ କରିଛି। ମାତ୍ର ଘଟଣା ତଦନ୍ତାଧୀନ ଥିବାରୁ ଏସମ୍ପର୍କରେ ପୁଲିସ୍‌ ଅଧିକ ତଥ୍ୟ ପ୍ରଦାନ କରିନାହିଁ।

ସମ୍ବନ୍ଧିତ ଖବର