ଭୁବନେଶ୍ଵର: ପୁଣି ଭୁବନେଶ୍ଵରରେ ଠାବ ହୋଇଛି ସେକ୍ସ ରାକେଟ୍ । ହଁ, ଖଣ୍ଡଗିରି ଅଞ୍ଚଳରେ ଏକ ସେକ୍ସ ରାକେଟ୍ ଠାବ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ,ଭୁବନେଶ୍ଵରର ଉପକଣ୍ଠରେ ଥିବା ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏମ୍ସ ନଗରର ଏକ ହୋଟେଲରୁ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଥିଲା। ଏସଂପର୍କରେ ସୂଚନାପାଇ କମିସନରେଟ ପୁଲିସ ପକ୍ଷରୁ ସେହି ହୋଟେଲ ଉପରେ ଚଢାଉ କରାଯାଇଥିଲା।
/sambad/media/post_attachments/wp-content/uploads/2019/12/handcuffs.jpg)
ଏଥିରେ ୨ ଦଲାଲଙ୍କ ସମେତ ୪ଜଣ ଗ୍ରାହକଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଅପରପକ୍ଷରେ ୬ ଜଣ ଦେହଜୀବୀଙ୍କୁ ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି। ଏମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି। ତେବେ ଏହି ରାକେଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲୋକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି। ଏହି ସେକ୍ସ ରାକେଟରେ ହୋଟେଲ ମାଲିକ ସଂପୃକ୍ତ ଅଛନ୍ତି କି ନାହିଁ ତାହା ଏଯାଏଁ ଜଣା ପଡ଼ିନାହିଁ। ଏହି ଘଟଣା ସଂପର୍କରେ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/sex-racket-NewStatesman.jpg)