ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବେତଡା ବଜାରରେ ପୁଲିସ ଏକ ସେକ୍ସ ରାକେଟ ଠାବ କରିବାପରେ ଜଣେ ଯୁବତୀ ଓ ଦୁଇଜଣ ଗ୍ରାହକଙ୍କୁ ଗିରଫ କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ବେତଡା ବଜାରରେ ଏକ ଭଡ଼ା ଘରେ ପୁଲିସ ଗତକାଲି ବିଳମ୍ବିତ ରାତିରେ ସେକ୍ସ ରାକେଟ ଠାବ କରିଛି।
ଏଠାରେ ବେଶ କିଛି ଦିନହେବ ଦେହ ବ୍ୟବସାୟ ଚାଲୁଥିବାର ଅଭିଯୋଗ ହୋଇ ଆସୁଥିଲା। ଗତକାଲି ପୁଲିସ ସେହି ଘର ଉପରେ ଚଢାଉ କରିଥିଲା। ଏହି ଘଟଣା ସହ ସଂପୃକ୍ତ ଜଣେ ଯୁବତୀ ଓ ୨ଜଣ ଗ୍ରାହକଙ୍କୁ ପୁଲିସ ଗିରଫ କରିଥିବାର ସୂଚନା ମିଳିଛି। କିନ୍ତୁ ସୁଯୋଗବଶତଃ କିଛି ଯୁବକ ଏଠାରୁ ଖସି ଯାଇଥିବା କୁହାଯାଉଛି। ଏହାଛଡ଼ା ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2019/10/arrest-2-person-1-300x224.jpg)
ଏହି ଘଟଣା ବାସୁଦେବପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ଏସଂପର୍କରେ କିଭଳି ତଦନ୍ତ ଚାଲିଛି ବା କେଉଁଠାରୁ ଯୁବତୀମାନେ ଆସୁଥିଲେ କି କିଏ ଏହି ସେକ୍ସ ରାକେଟର ମୁଖ୍ୟ କାର୍ପଟଦାର ସେ ବିଷୟରେ ପୁଲିସ କିଛି ସୂଚନା ଦେଇ ନଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/basudevpur-PS.jpg)