ନୟାଗଡ଼ : ନୟାଗଡ଼ କଲେଜ ସାମ୍ନାରେ ଥିବା ଏକ ଜିମ୍ ସେଣ୍ଟର ଉପରେ ଗତମାସ ୩୧ ତାରିଖରେ ଅଚାନକ୍ ଚଢ଼ାଉ କରିଥିଲା ପୁଲିସ୍। ଭିତରେ ଚାଲିଥିଲା ଜନ୍ମଦିନ ପାର୍ଟି । କେହି କିଛି ବୁଝିବା ଆଗରୁ ସେଠାରୁ ସମସ୍ତଙ୍କୁ ଉଠାଇ ଆଣିଥିଲା ପୁଲିସ। ଜିମ୍ ସେଂଟର ଭିତରେ ଦେହ ବ୍ୟବସାୟ ଚାଲିଥିବା କହି, ମହିଳା ଏରୋବିକ୍ସ ଇନଷ୍ଟ୍ରକ୍ଟରଙ୍କୁ ଦେହଜୀବୀ ଏବଂ ଜିମ୍ ସେଂଟର ମାଲିକ ଏବଂ ତାଙ୍କ କିଛି ସାଙ୍ଗକୁ ଗ୍ରାହକ ସଜାଇ ଦେଲା ପୁଲିସ।
ଘଟଣାଟି କେତେ ସତ, କେତେ ମିଛ, ତାହା ଜଣା ପଡ଼ିବା ପୂର୍ବରୁ ବଦନାମ ହୋଇଗଲେ, ଜିମରେ କାର୍ଯ୍ୟ କରୁଥିବା ଯୁବତୀ। ଗତମାସ ନୟାଗଡ଼ରେ ଘଟିଥିବା ଏପରିି ଘଟଣା ଯୋଗୁଁ ଏବେ ମୁଣ୍ଡ ଟେକି ବାଟ ଚାଲିବା କଷ୍ଟକର ହୋଇ ପଡ଼ିଛି ବୋଲି କହିଛନ୍ତି ଯୁବତୀ। ଅପବାଦ ଏବଂ ଅପମାନର ବୋଝ ନେଇ ବଂଚିବା କେତେ ମୁସ୍କିଲ୍ ନୟାଗଡ଼ର ଏପରିି ଘଟଣା ହିଁ ବୟାନ କରୁଛି ।
ପୁଲିସର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଯାଇଥିବା ଯୁବତୀ ଜଣକ ଅଶ୍ରୁଳ ନୟନରେ ନ୍ୟାୟ ମାଗୁଛି। ସ୍ୱାବଲମ୍ବୀ ଭାବରେ ଜୀବନ ଜିଇଁବାର ପ୍ରୟାସ କରୁଥିବା ଏହି ଯୁବତୀଙ୍କ ମୁଣ୍ଡରେ ପୁଲିସ୍ ବୋଳି ଦେଇଛି ଅପବାଦର ଅଠା। ଜିମରେ ଏରୋବିିକ୍ସ ଇନଷ୍ଟ୍ରକ୍ଟର ଭାବରେ କାର୍ଯ୍ୟ କରୁଥିବା ଯୁବତୀକୁ ନୟାଗଡ଼ ପୁଲିସ୍ ଦେହଜୀବୀ ସଜାଇ ଦେଇଥିବା ଅଭିଯୋଗ ହୋଇଛି । ଆଉ ଏହି ଅପବାଦର ବୋଝ ଉଠାଇ ବାଟ ଚାଲିବା କଷ୍ଟକର ହୋଇପଡୁଛି ବୋଲି ପୀଡ଼ିତା କହିଛନ୍ତି।
କେବଳ ଏହି ଜଣେ ଯୁବତୀ ନୁହେଁ ଜିମରେ କାର୍ଯ୍ୟକରୁଥିବା ୯ ଜଣ ଝିଅଙ୍କ ସମାନ ଅବସ୍ଥା। ସମାଜରେ ମୁଣ୍ଡ ଟେକି ବାଟ ଚାଲିବା ଯେମିତି ଏମାନଙ୍କ ପାଇଁ ଏବେ କଷ୍ଟକର ହୋଇ ପଡ଼ିଛି। ଆଉ ଜନ୍ମଦିନ ପାର୍ଟି ବେଳେ ସାମିଲ ଥିବା ଜିମ୍ ସେଂଟର ମାଲିକଙ୍କ ଭାଇ ଏବଂ ସମେତ ମୋଟ୍ ୪ ଜଣଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ପ୍ରତିବାଦରେ ଆସନ୍ତା ୧୩ ତାରିଖରେ ଭୁବନେଶ୍ୱରର ମାଷ୍ଟରକ୍ୟାନ୍ଟିନରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି ପୀଡ଼ିତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/fitness.jpg)