ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ ପୁଣି ଏକ ସେକ୍ସ ର୍ୟାକେଟ ଠାବ କରିଛି। ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଅନ୍ଧପସରା ରୋଡ଼ ସ୍ଥିତ ଏକ ଭଡ଼ା ଘରେ ଚଢ଼ାଉ କରି ପୁଲିସ ସେକ୍ସ ର୍ୟାକେଟର ମାଷ୍ଟର୍ ମାଇଣ୍ଡ ସହ ୩ଜଣ ଗ୍ରାହକଙ୍କୁ ଧରିଛି। ଏହା ସହିତ ଜଣେ ବଙ୍ଗୀୟ ଯୁବତୀ(ଦେହଜୀବୀ)ଙ୍କୁ ଉଦ୍ଧାର କରା ଯାଇଛି ବୋଲି ଟାଉନ୍ ଏସ୍ଡିପିଓ ପ୍ରଭାତ ଚନ୍ଦ୍ର ରାଉତରାୟ ସୂଚନା ଦେଇଛନ୍ତି। ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜ୍ୟୋତିନଗରର ମନୋଜ କୁମାର ମହାନ୍ତି, ଶୁଭମ ମହାନ୍ତି, ଗୌତମ ନଗରର ମାନସ ରଂଜନ ଶତପଥୀ ଓ ଦାରିଙ୍ଗବାଡ଼ି ଥାନା ମାଳେବାଡ଼ି ଗ୍ରାମର ଦେବାଶିଷ ଦିଗାଲ ବୋଲି ଗୋସାଇଁ ନୂଆଗାଁ ଥାନା ଅଧିକାରୀ କୁଳମଣି ସେଠୀ ସୂଚନା ଦେଇଛନ୍ତି। ମନୋଜ ଏହି ସେକ୍ସ ର୍ୟାକେଟର ମାଷ୍ଟର୍ ମାଇଣ୍ଡ ବୋଲି ପୁଲିସ କହିଛି।
ବ୍ରହ୍ମପୁରରେ ପୁଣି ସେକ୍ସ ର୍ୟାକେଟ
ମାଷ୍ଟର୍ ମାଇଣ୍ଡ ସମେତ ୪ ଗିରଫ
/sambad/media/post_attachments/wp-content/uploads/2018/02/sex-racket-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)