ପୁରୀରେ ସେକ୍ସ ରାକେଟ୍‌, ଅଭିଯୁକ୍ତ ଦମ୍ପତି ଓ ୪ ଗ୍ରାହକ ଗିରଫ

ପୁରୀ : ଦିନେ କି ଦୁଇ ଦିନ ନୁହେଁ। କିଛି ମାସ ଧରି ବାସେଳିସାହି ଥାନା ଅନ୍ତର୍ଗତ ପାଇକସାହିରେ ଚାଲିଥିଲା ସେକ୍ସ ରାକେଟ୍‌। ପୁଲିସର ନାକ ତଳେ ଏହି ସେକ୍ସ ତାକେଟ୍‌ ଚାଲୁଥିଲା। ତେବେ ମାତୃଶକ୍ତି ସ୍ବେଚ୍ଛାସେବୀଙ୍କ ସୂଚନାକୁ ଆଧାର କରି ଗତକାଲି ରାତିରେ ପୁଲିସ ଏହି ଅଞ୍ଚଳରେ ଚଢ଼ଉ କରି ସେକ୍ସ ରାକେଟ୍‌ ଚଳାଉଥିବା ଦମ୍ପତିଙ୍କ ସମେତ ଜଣେ ଯୁବତୀ ଓ ୪ ଜଣ ପୁରୁଷ ଗ୍ରାହକଙ୍କୁ ଧରିଛି। ଏହି ଚଢ଼ଉ ସମୟରେ ଅନ୍ୟ ଦୁଇ ଜଣ ଯୁବତୀ ଓ ଘର ମାଲିକଙ୍କ ଜଣେ ସମ୍ପର୍କୀୟ ଯୁବକ ଘଟଣାସ୍ଥଳରୁ ଖସିଯାଇଛନ୍ତି। ଘଟଣାସ୍ଥଳରୁ ପୁଲିସ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା। ସେହିପରିଯୌନ ଉଦ୍ଦୀପକ ଔଷଧ, ଗୋଟିଏ କାର୍‌, ଚାରିଟି ଦୁଇଚକିଆ ଗାଡ଼ି, ୫ଟି ମୋବାଇଲ ଫୋନ୍‌ ଓ ୫ ହଜାର ଟଙ୍କା ଜବତ କରିଛି। ଏ ସଂକ୍ରାନ୍ତରେ ବାସେଳିସାହି ଥାନାରେ ୨୬୫/୨୨ ନମ୍ବରରେ ଏକ ମାମଲା ରୁଜୁ କରି ପୁଲିସ ଗୁରୁବାର ଦିନ ଏହି ସେକ୍ସ ରାକେଟ୍‌ ଚଳାଉଥିବା ଦମ୍ପତିଙ୍କ ସମେତ ୪ ଜଣ ଗ୍ରାହକଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦମ୍ପତିଙ୍କ ମୋବାଇଲକୁ ନେଇ ପୁଲିସ ଯାଞ୍ଚ କରିବା ସହ ସେମାନଙ୍କ ସହିତ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ତାଲିକାକୁ ପୁଲିସ ଯାଞ୍ଚ କରୁଛି ବୋଲି ସିଟି ଡିଏସ୍‌ପି କେ. କୋଣ୍ଡାଦୋରା ହରିପ୍ରସାଦ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ବାସେଳିସାହି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସ୍‌ପି ଶ୍ରୀ ହରିପ୍ରସାଦ କହିଥିଲେ ଯେ ବାସେଳିସାହି ଥାନା ଅନ୍ତର୍ଗତ ପାଇକସାହିରେ ଗତ କିଛି ମାସ ଧରି ସେକ୍ସ କାରବାର ଚାଲୁଥିଲା। ଏଠାରେ ସେକ୍ସ ରାକେଟ୍‌ ଚାଲୁଥିବା ନେଇ ମାତୃଶକ୍ତିର ସ୍ବେଚ୍ଛାସେବୀମାନଙ୍କଠାରୁ ଗତକାଲି ଖବର ମିଳିଥିଲା। ଏହି ଖବରକୁ ଆଧାର କରି ବାସେଳିସାହି ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ବରେ ପୁଲିସର ଏକ ଟିମ୍‌ ବିଳମ୍ବିତ ରାତିରେ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ ସେକ୍ସ ରାକେଟ୍‌ ଚଳାଉଥିବା ମୁକ୍ତାମଣି ରଣସିଂହ(୨୩) ଓ ତାର ପତ୍ନୀକୁ ଧରିଥିଲା। ସେହିପରି ୪ ଜଣ ପୁରୁଷ ଗ୍ରାହକଙ୍କ ସମେତ ତିନି ଜଣ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲା। ମାତ୍ର ପୁଲିସ କବ୍‌ଜାରୁ ଦୁଇ ଜଣ ଯୁବତୀ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରୁ ଦମ୍ପତିଙ୍କ ସହ ୪ ଜଣ ପୁରୁଷ ଗ୍ରାହକ ଓ ଜଣେ ଯୁବତୀକୁ ଧରିଥିଲା। ତେଣୁ ଏନେଇ ବାସେଳିସାହି ଥାନାର ଏସ୍ଆଇ ବୁଦ୍ଧରାୟ ମାଝିଙ୍କ ଅଭିଯୋଗକ୍ରମେ ବାସେଳିସାହି ଥାନାରେ ପୁଲିସ ଏକ ମାମଲା ରୁଜୁ କରି ଏହି ଦମ୍ପତି ଓ ୪ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା।

ଏହି ଗ୍ରାହକମାନଙ୍କ ମଧ୍ୟରୁ ଶ୍ରୀକାନ୍ତ ସ୍ବାଇଁ(୨୮) ଓ ପିଣ୍ଟୁ ବାରିକ(୨୨) ଦୁହେଁ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସୁନୀଲ କୁମାର ମହାପାତ୍ର(୨୭) ଓ ଏସ୍‌. ମହେଶ(୨୧) ଦୁହେଁ ପୁରୀର ବୋଲି ଜଣାପଡ଼ିଛି। ଏହି ରୢାକେଟ୍‌ରେ ସମ୍ପୃକ୍ତ ଘର ମାଲିକଙ୍କ ସମ୍ପର୍କୀୟ ଓ ଦୁଇ ଜଣ ଯୁବତୀ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ପୁଲିସ ଓଡି-୦୨-ପି-୯୬୯୩ ନମ୍ବର ବିଶିଷ୍ଟକାର୍‌, ଓଡି-୧୩-ଆର୍‌-୬୦୦୪ ନମ୍ବର ବିଶିଷ୍ଟ ବୁଲେଟ୍‌ ମୋଟରସାଇକେଲ, ଓଡି-୦୨-ଏଏସ୍‌-୫୧୪୯, ଓଡି-୧୩-ଆର୍‌-୪୩୫୭, ଓଆର୍‌-୦୭-ଏସ୍‌-୭୩୭୭ ନମ୍ବର ବିଶିଷ୍ଟ ୩ଟି ବାଇକ୍‌, ୫ ହଜାର ଟଙ୍କା ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ଏଥିମଧ୍ୟରୁ କାର୍‌ ଓ ତିନିଟି ମୁକ୍ତାମଣିର ବୋଲି ପୁଲିସ କହିଛି। ସେମାନଙ୍କୁ ନେଇ ପୁଲିସ ପଚରାଉଚରା କରିବା ସହ ସଦର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା ମଧ୍ୟ କରାଇଥିଲା। ଏହାପରେ ପୁଲିସ ଏହି ୬ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ମୁକ୍ତାମଣି ଏହି ସେକ୍ସ ରାକେଟ୍‌ର ରାଣୀ ମହୁମାଛିକୁ ନିଜର ପତ୍ନୀ ବୋଲି ପରିଚୟ ଦେଇ ଏହି ଭଡ଼ା ଘରେଗତ ୩ ମାସ ହେବ ରହୁଥିଲେ। ରାଣୀ ମହୁମାଛି ହ୍ବାଟ୍‌ସଆପ୍‌ ଜରିଆରେ ଗ୍ରାହକମାନଙ୍କୁ ଫଟୋ ପଠାଇବା ସହ ଦେହଜୀବୀଙ୍କୁ ଉପଭୋଗ ପାଇଁ ୫ଶହ ଟଙ୍କାରୁ ଏକ ହଜାର ଟଙ୍କା ଦର ରଖିଥାଏ। ଯେଉଁ ଗ୍ରାହକମାନେ ଦେହଜୀବୀଙ୍କୁ ପସନ୍ଦ କରିବା ପରେ ସେମାନଙ୍କୁ ଅନ୍‌ଲାଇନ୍‌ରେ ଟଙ୍କା ପଠାଇବାକୁ କହୁଥିଲା। ଗ୍ରାହକ ଏହି ଟଙ୍କା ଅନ୍‌ଲାଇନ୍‌ ମାଧ୍ୟମରେ ଦେବା ପରେ ଏକ ନିର୍ଦ୍ଦିଷ୍ଟ ସ୍ଥାନର ଠିକଣା ଦେଉଥିଲା। ଯେଉଁଠାରେ ମୁକ୍ତାମଣି ତା’ର କାର୍‌ ନେଇ ପହଞ୍ଚି ଗ୍ରାହକଙ୍କୁ ସେଥିରେ ବସାଇ ପାଇକସାହିସ୍ଥିତ ଭଡ଼ା ଘରକୁ ଆଣି ସେକ୍ସ ରାକେଟ୍‌ ଚଳାଇଥାଏ। ତେଣୁ ପୁଲିସ ଏହି ଦମ୍ପତିଙ୍କ ମୋବାଇଲ୍‌ ଫୋନ୍‌କୁ ନେଇ ଯାଞ୍ଚ କରୁଛି। ଏହି ସେକ୍ସ ରୢାକେଟ୍‌ରୁ ସେମାନେ କେତେ ଅର୍ଥ ଉପାର୍ଜନ କରିଛନ୍ତି, ସେ ସବୁକୁ ପୁଲିସ ଯାଞ୍ଚ କରିବା ସହ ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଜବତ କରାଯିବ ବୋଲି ପୁଲିସ କହିଛି।

ତାଲିକାରେ ୨୦ରୁ ଅଧିକ ଦେହଜୀବୀ
ବାସେଳିସାହି ଥାନା ଅନ୍ତର୍ଗତ ପାଇକସାହିରେ ଚାଲୁଥିବା ସେକ୍ସ ରାକେଟ କାରବାର ତାଲିକାରେ ପ୍ରାୟ ୨୦ରୁ ଅଧିକ ଦେହଜୀବୀଙ୍କୁ ବ୍ୟବହାର କରାଯାଉଥିଲା। ଏଠାରେ ସ୍ବାମୀସ୍ତ୍ରୀ ଭାବେ ପରିଚୟ ଦେଇ ରହୁଥିବା ରାଣୀ ମହୁମାଛି ଓ ତା’ର ପ୍ରେମିକ ମୁକ୍ତାମଣି ରଣସିଂହ ଦେହ ବ୍ୟବସାୟ ଚଳାଉଥିଲେ। ତେବେ ରାଣୀ ମହୁମାଛିର ଦେହଜୀବୀଙ୍କ ତାଲିକାରେ ପ୍ରାୟ ୨୦ ଜଣଙ୍କ ନାମ ରହିଥିଲା। ‌ରାଣୀ ମହୁମାଛି ଏହି ଦେହଜୀବୀମାନଙ୍କୁ ପୁରୀ ଜିଲ୍ଲା ସମେତ ଆସାମ, ପଶ୍ଚିମବଙ୍ଗରୁ ଡକାଇ ତା’ର ବେପାର ଚଳାଇଥାଏ। ସେ ଏଥିପାଇଁ ବିଭିନ୍ନ ଦର ରଖୁଥିଲା। ବଙ୍ଗୀୟ ଯୁବତୀମାନଙ୍କ ପାଇଁ ଦୁଇ ହଜାର ଟଙ୍କା ନେଉଥିବା ବେଳେ ଓଡ଼ିଆ ଦେହଜୀବୀମାନଙ୍କ ପାଇଁ ୫ଶହ ଟଙ୍କା ଦର ରଖିଥିଲା। ତେଣୁ ସ୍ଥାନୀୟ ଗ୍ରାହକମାନେ ଏହି ରାଣୀ ମହୁମାଛିର ଜାଲରେ ପଡ଼ି ପାଇକସାହିର ଏହି ଭଡ଼ା ଘରକୁ ଯାଇଥାନ୍ତି ବୋଲି ପୁଲିସ କହିଛି।

ଭଡ଼ାଘରେ ଚାଲିଛି ସେକ୍ସ ରାକେଟ୍‌
ପୁରୀରେ ହଜାର ହଜାର ହୋଟେଲ, ଲଜିଂ, ଧର୍ମଶାଳା ଓ ଗେଷ୍ଟହାଉସ୍‌ ରହିଥିବା ବେଳେ ନିଜକୁ ଦମ୍ପତି ବୋଲି ପରିଚୟ ଦେଉଥିବା ପ୍ରେମୀଯୁଗଳ ଏକ ଅପନ୍ତରା ଅଞ୍ଚଳରେ ଦେହ ବେପାର ଚଳାଉଥିଲେ। ଏକଦା ପାଇକସାହି ସଦର ଥାନା ଅଞ୍ଚଳରେ ଥିବା ବେଳେ ଏବେ ଏହାକୁ ବାସେଳିସାହି ଅନ୍ତର୍ଗତ କରାଯାଇଛି। ତେଣୁ ପୁଲିସ ନଜର ଆଢ଼ୁଆଳରେ ଏହି ରାଣୀ ମହୁମାଛି(୨୦) ଓ ତାର ପ୍ରେମିକଓରଫ ସ୍ବାମୀ ମୁକ୍ତାମଣି ରଣସିଂହ(୨୩) ଦୁହେଁ ଅତି ସହଜରେ ଏଠାରେ ଦେହ ବ୍ୟବସାୟ ଚଳାଉଥିଲେ। ଏହି ଭଡ଼ା ଘରକୁ ଆସୁଥିବା ଦେହଜୀବୀମାନଙ୍କୁ ରାଣୀ ମହୁମାଛି ନିଜର ବାନ୍ଧବୀ ବୋଲି ଏଠାରେ ପରିଚୟ ଦେଉଥିବା ବେଳେ ମୁକ୍ତାମଣି ନିଜକୁ ଜଣେ କାର୍‌ ଡ୍ରାଇଭର ଭାବେ ପରିଚୟ ଦେଇଥିଲା। ତେଣୁ ଗ୍ରାହକମାନଙ୍କୁ ମୁକ୍ତାମଣି କାର୍‌ରେ ଏହି ଭଡ଼ା ଘରକୁ ଆଣି ଦେହ ବ୍ୟବସାୟ ଚଳାଉଥିଲା। ତେଣୁ ଏହି ଦେହ ବ୍ୟବସାୟ ସମ୍ପର୍କରେ କେହି ସୁରାକ୍‌ ମଧ୍ୟ ପାଇପାରୁନଥିଲେ। ତେବେ ଏହି ଘର ସମ୍ମୁଖରେ ସର୍ବଦା ଅନେକ ଗାଡ଼ି ମୋଟର ଆସୁଥିବାରୁ ଏମାନେ ସ୍ଥାନୀୟ ଲୋକମାନଙ୍କ ସନ୍ଦେହ ଘେରକୁ ଆସିଯାଇଥିଲେ।

ସମ୍ବନ୍ଧିତ ଖବର