ରାଉରକେଲା: ସ୍ଥାନୀୟ ଉଦିତନଗର କଚେରୀ ରୋଡ୍ରେ ଥିବା କମ୍ଫର୍ଟ୍ ହୋଟେଲରେ ଆଜି ସେକ୍ସ ରାକେଟ ଠାବ ହୋଇଛି। ଉଦିତନଗର ପୁଲିସ ଅତର୍କିତ ଚଢ଼ଉ କରି ୫ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିବାସହ ଦୁଇ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଉଦ୍ଧାର ଦେହଜୀବୀଙ୍କ ମଧ୍ୟରୁ ୪ ଜଣ ବଙ୍ଗୀୟ ଯୁବତୀ ଥିବାବେଳେ ଜଣେ ଓଡ଼ିଆ ଯୁବତୀ। ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ନେଇ ଉଦିତନଗର ପୁଲିସ ପୂର୍ବରୁ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ଆଜି ବିଳମ୍ବିତ ସଂଧ୍ୟାରେ ଅତର୍କିତ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ସମସ୍ତଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରାଯାଇଛି।