ଆର୍‌ଏସ୍‌ପି କ୍ବାର୍ଟର୍ସରେ ସେକ୍ସ ରୢାକେଟ୍‌ : ଧରାପଡ଼ି ୪ ଗିରଫ, ୨ ବଙ୍ଗୀୟ ଯୁବତୀଙ୍କୁ ହସ୍ତାନ୍ତର

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ସେକ୍ଟର-୧୭, ସି-୪୦ କ୍ବାର୍ଟର୍ସରେ ଦୀର୍ଘଦିନ ଧରି ଚାଲି ଆସୁଥିବା ସେକ୍ସରୢାକେଟ୍‌ ପୁଲିସ୍‌ ହାତରେ ଧରାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଚଢ଼ଉ କରି ପୁଲିସ୍‌ ରାଣୀ ମହୁମାଛି କୁହାଯାଉଥିବା ମହିଳା, ତାଙ୍କ ସ୍ବାମୀ ତଥା କ୍ବାର୍ଟର୍ସ ମାଲିକଙ୍କ ସହ ଦୁଇଜଣ ଗ୍ରାହକଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରୁ ଜଣେ ବି.ଟେକ୍‌ ଛାତ୍ର ହୋଇଥିବାବେଳେ ଅନ୍ୟଜଣେ ଶିକ୍ଷକ ବୋଲି ଜଣାପଡ଼ିଛି।

ପୁଲିସ୍‌ର ସୂଚନା ଅନୁସାରେ, ଗିରଫ ରାଣୀ ମହୁମାଛିଙ୍କ ସ୍ବାମୀ ହେଉଛନ୍ତି ଆର୍‌ଏସ୍‌ପି ବ୍ଲାଷ୍ଟଫର୍ଣ୍ଣେସ୍‌ର ଜଣେ କର୍ମଚାରୀ। ପରିବାର ସହ ରହିବାକୁ ତାଙ୍କୁ ଆର୍‌ଏସ୍‌ପି ପକ୍ଷରୁ ସେକ୍ଟର-୧୭, ସି -୪୦ରେ କ୍ବାର୍ଟର୍ସ ମିଳିଥିଲା। ସେହି କ୍ବାର୍ଟର୍ସକୁ ସମ୍ପ୍ରସାରଣ କରି ସେ ଅନ୍ୟ ଏକ କକ୍ଷ ନିର୍ମାଣ କରିଛନ୍ତି। ସେହି କକ୍ଷରେ ସେ ବଙ୍ଗୀୟ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲେ। ଏନେଇ ସ୍ଥାନୀୟ ପଡୋଶୀମାନେ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ପରେ ସେହି କ୍ବାର୍ଟର୍ସ ଉପରେ ଚଢ଼ଉ ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ସେହି କ୍ବାର୍ଟର୍ସରେ ଦେହ ବ୍ୟବସାୟ ଚାଲିଥିବା ସୂଚନା ପାଇ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଥିଲେ।

ପୁଲିସ୍‌ ରାଣୀ ମହୁମାଛି କୁହାଯାଉଥିବା ମହିଳା, ତାଙ୍କ ସ୍ବାମୀ ତଥା କ୍ବାର୍ଟର୍ସ ମାଲିକଙ୍କ ସହ ଦୁଇଜଣ ଗ୍ରାହକଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରୁ ଜଣେ ବି.ଟେକ୍‌ ଛାତ୍ର ହୋଇଥିବାବେଳେ ଅନ୍ୟଜଣେ ଶିକ୍ଷକ ବୋଲି ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଦୁଇ ବଙ୍ଗୀୟ ଯୁବତୀ ପଚରାଉଚୁରା ପାଇଁ ସହରର ଏକ ସ୍ବେଚ୍ଛାସେବୀ ସଙ୍ଗଠନରେ ରଖାଯାଇଥିବା ଡିଏସ୍‌ପି ଜ୍ୟୋର୍ତିମୟ ଭୁକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର