ସେକ୍ସ ର‍୍ୟାକେଟ କିଙ୍ଗପିନ ଗିରଫ

କେନ୍ଦୁଝର : କେନ୍ଦୁଝର ସହର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସେକ୍ସ ର‍୍ୟାକଟେ ଚଳାଇଥିବା କିଙ୍ଗପିନ୍ ଅଶ୍ବିନୀ ନାୟକକୁ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କିଛିଦିନ ପୂର୍ବେ କେନ୍ଦୁଝର ସହରର ଜଣେ ୧୩ ବର୍ଷର ନାବାଳିକାକୁ ଦେହ ବେପାରରେ ଲଗାଇବାରୁ ସେ ଏଥିନେଇ ଟାଉନ ଥାନାରେ ଅଭିଯୋଗ କରିଥିଲା। ପୁଲିସ ଅଭିଯୋଗ ଆଧାରରେ ଅଶ୍ବିନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଦେହ କାରବାର କାର୍ଯ୍ୟରେ ଅଶ୍ବନୀର ପରିବାର ଲୋକ ମଧ୍ୟ ସାମିଲ ଥିଲେ । ଅଶ୍ବନୀ ଗମ୍ଭାରିଆରେ ଘର ଭଡା ନେଇ ରହୁଥିଲା । ଆଉ ସେହିଠାରେ ଦେହ ବେପାର ଚଳାଇ ଆସୁଥିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଗ୍ରାହକଙ୍କ ସହ ଝିଅ ଚାଲାଣ କରୁଥିଲା । ଅଶ୍ବନୀ ଏହି ଧନ୍ଦା ବହୁଦିନରୁ ଚଳାଇ ଆସୁଥିବା ବେଳେ ପୂର୍ବରୁ ଥରେ ଗିରଫ ହୋଇ ଜେଲ ଯାଇଥିଲା । ସେ ଜଣେ ଅଟୋ ଚାଳକ ହୋଇଥିବା ବେଳେ ପାଇପ ମିସ୍ତ୍ରି କାମ ମଧ୍ୟ କରେ । ବଙ୍ଗାଳୀ ଯୁବତୀଙ୍କଠାରୁ ଆରମ୍ଭ କରି କଟକ, ଭୁବନେଶ୍ବରରୁ ଝିଅ ଆଣି ଏହି କାରବାର ଚଳାଇଥିଲା । ତାର ଗ୍ରାହକ ତାଲିକା ବହୁତ ଲମ୍ବା । ଯୁବ ପିଢିଙ୍କଠାରୁ ଆରମ୍ଭ କରି ବୟସ୍କ, ବ୍ୟବସାୟୀ, ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିବା ଚର୍ଚ୍ଚା ହେଉଛି ।

ଅଶ୍ବିନୀ ଏହି ଧନ୍ଦାରେ ଜଣେ ମାହିର ଦଲାଲ ଥିଲା । ତା ମୋବାଇଲେ ବହୁ ଯୁବତୀଙ୍କ ଫଟୋ ରଖିଥାଏ । ପ୍ରଥମେ ଗ୍ରାହକଙ୍କୁ ମୋବାଇଲରେ ଫଟୋ ଦେଖାଏ। ଗ୍ରାହକ ଯେଉଁ ଯୁବତୀଙ୍କୁ ପସନ୍ଦ କରେ ଭିଡିଓ କଲିଂରେ ସେହି ଯୁବତୀ ସହିତ ଗ୍ରାହକଙ୍କୁ କଥାବାର୍ତ୍ତା କରାଏ । ପରେ ଗ୍ରାହକ ସହିତ ମୂଲଚାଲ କରେ । କେତେଦିନ ପାଇଁ କେଉଁଠିକୁ ନେ‌ବେ, କେତେ ଜଣ ଏହି କାମରେ ସାମିଲ ହେବେ । ସେହି ହିସାବରେ ରେଟ ଫାଇନାଲ ହୋଇଥାଏ। ଅଶ୍ବିନୀଙ୍କ ମୋବାଇଲକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି। କେନ୍ଦୁଝର ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏହି ଦଲାଲର ସମ୍ପର୍କରେ ଥିବା ଆଲୋଚନା ହେଉଛି। ଅଶ୍ବନୀକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲକୁ ପଠାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର