ବ୍ରହ୍ମପୁର: ବ୍ରହ୍ମପୁରର ଏକ ଲଜରୁ ସେକ୍ସ ରାକେଟ୍ ଠାବ ହୋଇଥିବାର ଖବର ମିଳିଛି। ଗ୍ରାହକ ବେଶରେ ଯାଇ ଚଡାଉ କରିଛନ୍ତି ଏସପି । ଘଟଣାରେ ୧୦ ଜଣ ଗ୍ରାହକ ସମେତ ୪ ଜଣ ଦେହଜୀବୀଙ୍କୁ ଅଟକ ରଖିଛି ପୁଲିସ । ସହରର ଟାଟା ବେଞ୍ଚ ଛକ ପାଖରେ ଥିବା ତୁଳସୀ ଲଜରେ ପୁଲିସ ଆଖିରେ ଧୂଳି ଦେଇ ବେଧଡ଼କ ଚାଲିଥିଲା ଦେହ ବ୍ୟବସାୟ। ତଳ ମହଲାରେ ଏକ ବାଇକ୍ ସୋ ରୁମ୍ ଥିବା ବେଳେ ଉପର ଲଜରେ ଚାଲିଥିଲା ସେକ୍ସ ରାକେଟ୍।
ବ୍ରହ୍ମପୁର ଏସପି ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲେ । ରାତି ପ୍ରାୟ ସାଢେ୧୧ଟା ସମୟରେ ଏସପି ବିବେକ ଏମ ଗ୍ରାହକ ବେଶରେ ଏହି ଲଜକୁ ଆସିଥିଲେ । ଏଠାରେ ଥିବା ସମସ୍ତଙ୍କୁ ଅଟକ ରଖିବା ପରେ ରୋଷାଣୀ ନୂଆ ଗାଁ ଓ ବୈଦ୍ୟନାଥପୁର ଥାନାକୁ ଏନେଇ ସୂଚନା ଦେଇଥିଲେ। ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଆସି ଲଜ୍ ଭିତରେ ଥିବା ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।