ସମ୍ବଲପୁର:  ଜଣେ ୫ ବର୍ଷର ଶିଶୁକନ୍ୟାକୁ ‌‌ଯୌନ ନିର୍ଯାତନା ଦେବା ଅଭିଯୋଗରେ ସମ୍ବଲପୁର ପକ୍‌ସୋ ଫା‌ଷ୍ଟଟ୍ରାକ୍‌ ସ୍ପେସାଲ କୋର୍ଟର ଏଡିଜେ ପି.କେ.ଦାସ ଅଭିଯୁକ୍ତ ଚୈତନ୍ୟ ଘୁଗରକୁ ୩ ବର୍ଷ ସଶ୍ରମ କରାଦଣ୍ଡ ଶୁଣାଇଛନ୍ତି। ଗତ ୯ ସେପ୍‌ଟେମ୍ବର ୨୦୨୦ରେ ଧନୁପାଲି ଥାନା ଆମ୍ବେଦକର ନଗରରେ ଜଣେ ଶିଶୁକନ୍ୟାକୁ ଚୈତନ୍ୟ ଘୁଗର ଯୌନ ନିର୍ଯାତନା ଦେଉଥିବା ପୀଡ଼ିତାଙ୍କ ମା ଧନୁପାଲି ଥାନାରେ ଅଭିଯୋଗ କରିଥିଲେ।

Advertisment

ଏହି ମାମଲାର ଶୁଣାଣିକରି ସମ୍ବଲପୁର ପକ୍‌ସୋ ଫା‌ଷ୍ଟଟ୍ରାକ୍‌ ସ୍ପେସାଲ କୋର୍ଟର ଏଡିଜେ ପି.କେ.ଦାସ ଅଭିଯୁକ୍ତ ଚୈତନ୍ୟକୁ ଆଇପିସିର ଧାରା ୩୫୪ ଏବଂ ୧୦ ପକ୍‌ସୋ ଆଇନ୍‌ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୁକ୍ତ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏଥି ସହିତ ପୀଡ଼ିତାକୁ ୩ ଲକ୍ଷ ୫୦ ହଜାର କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ସରକାରଙ୍କ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବସନ୍ତ ମିଶ୍ର ମାମଲା ପରିଚାଳନା କରୁଥିଲେ।