କଟକ: କଟକ ଏସ୍ସିବି ମେଡିକାଲ କଲେଜରେ ଜଣେ ଡାକ୍ତରୀଛାତ୍ରୀ(ଡେଣ୍ଟାଲ)ଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି । ଏ ନେଇ ପୀଡିତା ଛାତ୍ରୀ ଜଣକ ମଙ୍ଗଲାବାଗ୍ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍ । ମେଡିକାଲ କଲେଜର ଆସୋସିଏଟ୍ ଫ୍ରଫେସର୍ ଓ ସିନିୟର ରେସିଡେଣ୍ଟଙ୍କ ନାମରେ ଏହି ଅଭିଯୋଗ ହୋଇଛି । ଦୁହେଁ ପୀଡିତା ଛାତ୍ରୀଙ୍କୁ ସବୁବେଳେ ଅଶ୍ଲିଳ ଇଙ୍ଗୀତ କରୁଥିଲେ। ଏପରିକି କେସ୍ ଡିସ୍କସନ୍ କରିବାକୁ କହି ଘରକୁଡାକି ଅସଦାଚରଣ କରୁଥିଲେ ବୋଲି ଛାତ୍ରୀଜଣକ ଗୁରୁତର ଅଭିଯୋଗ କରିଛନ୍ତି । ଏ ବାବଦରେ ଛାତ୍ରୀଜଣକ ବିଭାଗୀୟ ମୁଖ୍ୟଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ପାଲଟା ଗାଳି ଶୁଣିବାକୁ ମିଳିଥିଲା । ଏପରିକି ତାଙ୍କୁ ଗଳାଧକ୍କା ଦେଇ କ୍ୟାବିନ୍ ପରିସରରୁ ବାହାର କରି ଦିଆଯାଇଥିଲା । ଶେଷରେ ସେ କୌଣସି ଛପାୟ ନ ପାଇ ଥାନାରେ ଅଭିଯୋଗ କରିଛନ୍ତି ।
ଏସ୍ସିବିରେ ଚାଞ୍ଚଲ୍ୟ: ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ
/sambad/media/post_attachments/wp-content/uploads/2017/10/MANGALABAG-PS.jpg)