ସୁନ୍ଦରଗଡ଼: ସୁନ୍ଦରଗଡ଼ ଏଡିଏମଓ ଡାକ୍ତର ପ୍ରକାଶ ବଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ହୋଇଛି। ଏନେଇ ସୁନ୍ଦରଗଡ ଟାଉନ୍ ଥାନାରେ ମାମଲା ବି ରୁଜୁ ହୋଇଛି।
ଜଣେ ମହିଳା ଡାକ୍ତର ସାଂଘାତିକ ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଏଡିଏମଓ ନିଜ ଚାମ୍ବର ଭିତରକୁ ନେଇ ଯୌନ ଉତ୍ପୀଡ଼ନ କରୁଥିଲେ। ସୁନ୍ଦରଗଡ ଟାଉନ୍ ଥାନା ପୁଲିସ ଅଭିଯୋଗ ଗ୍ରହଣ କରି ମାମଲାର ତଦନ୍ତ କରୁଛି।