ମହିଳା କଲେଜରେ ଯୌନ ନିର୍ଯାତନା! ୨ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଛାତ୍ରୀ

ପୁରୀ : ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା। ହ୍ବାଟ୍‌ସଆପ୍‌ରେ ପ୍ରେମ ନିବେଦନ ସାଙ୍ଗକୁ ଅଶ୍ଳୀଳ ମେସେଜ୍‌ ଓ ଭିଡିଓ କଲ୍‌। ସେ ପୁଣି ଅନ୍ୟ କେହି ନୁହନ୍ତି, କଲେଜ୍‌ର ରସାୟନ ବିଭାଗର ଦୁଇ ଜଣ ଅଧ୍ୟାପକ ଏଭଳି କାଣ୍ଡ ଭିଆଇଛନ୍ତି। ଏହି ସାଂଘାତିକ ଘଟଣା ସମ୍ପର୍କରେ ଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଯୌନ ନିର୍ଯାତନାର ଶିକାର ହୋଇଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି କି ରସାୟନ ବିଭାଗର ୨ ଅଧ୍ୟାପକ ସେମାନଙ୍କୁ ଦୀର୍ଘଦିନ ଧରି ମାନସିକ ଓ ଯୌନ ନିର୍ଯାତନା ଦେଇ ଆସୁଛନ୍ତି। ବିଭିନ୍ନ ସମୟରେ କଲ୍‌ ଓ ମେସେଜ୍‌ କରି ପ୍ରେମ ନିବେଦନ କରୁଛନ୍ତି। ବିଭିନ୍ନ ସମୟରେ ଭିଡିଓ କଲ୍‌, ‌ମେସେଜ୍‌ କରି କଥା ହେବାକୁ ବାଧ୍ୟ କରୁଛନ୍ତି। ଏ ନେଇ ବାରମ୍ବାର ତାଗିଦ୍‌ ପରେ ବି ଅଧ୍ୟାପକ ଦ୍ବୟ ନିଜ କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିନଥିଲେ। ପରୀକ୍ଷାରେ ମାର୍କ କମାଇ ଦେବାର ଧମକ ଦେଇ ଆସୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ କଲେଜର ଦୁଇଜଣ ଛାତ୍ରୀ ଶେଷରେ ଗତ ୧୦ ତାରିଖ ଶନିବାର ଦିନ ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏ ଭିତରେ ୬ ଦିନ ବିତିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସମ୍ପୃକ୍ତ ଛାତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର