ସୁନ୍ଦରଗଡ଼/ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ସାଂଘାତିକ ଅଭିଯୋଗ। ଛାତ୍ରୀମାନଙ୍କୁ ଅଶ୍ଲୀଳ ଇଙ୍ଗିତ ଓ ସ୍ପର୍ଶ କରିବା ସହ ଯୌନ ନିର୍ଯାତନା। ପ୍ରତିବାଦରେ ଆଜି ସକାଳୁ ଛାତ୍ରୀମାନେ ସ୍କୁଲ ଛାଡ଼ି ରାସ୍ତାରୋକ କରିଛନ୍ତି। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶ୍ରେଣୀ କକ୍ଷରେ ଓ ନିଜ ସରକାରୀ ଆବାସକୁ ଛାତ୍ରୀଙ୍କୁ ଡାକି ଅଶ୍ଲୀଳ କଥା କହି ଅନ୍ତ୍ରବସ୍ତ୍ରରେ ହାତ ମାରୁଥିବା ଛାତ୍ରୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି। କେହି ଏହାର ବିରୋଧ କଲେ ସାର୍ଟିଫିକେଟ ଦେଇ ବାହାର କରିଦେବାର ଧମକ ଦେଉଥିବା ଅଭିଯୋଗ ହୋଇଛି।

Advertisment

publive-image

ରାସ୍ତାରେ ଛାତ୍ରୀମାନଙ୍କ ପ୍ରତିବାଦ ଜାରି ରହିଥିବାବେଳେ ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିନାହିଁ। ଘଟଣାସ୍ଥଳରେ ପୁଲିସ, ପ୍ରଶାସନ ପହଞ୍ଚି ଛାତ୍ରୀମାନଙ୍କୁ ଅଭିଯୋଗ ସମ୍ପର୍କରେ ପଚାରିବା ସହ ବୁଝାଶୁଝା କରୁଛନ୍ତି।