ଏସ୍‌ଏଫ୍‌ଏସ୍‌ଏଲ୍‌ର ଅଧିକାରୀଙ୍କ ବଦଳି

କଟକ : ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବ୍ରୋଟାରି (ଏସ୍‌ଏଫ୍‌ଏସ୍‌ଏଲ୍‌) ଅଧୀନରେ କାର୍ଯ୍ୟରତ ୩ ଅଧିକାରୀଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିବା ବେଳେ ଜଣେ ଅଧିକାରୀଙ୍କୁ ବଦଳି କରାଯାଇଛି । ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି କରାଯାଇଛି । ଭୁବନେଶ୍ୱର ଏସ୍‌ଏଫ୍‌ଏସ୍‌ଏଲ୍‌ରେ କାର୍ଯ୍ୟରତ ଡେପୁଟି ଡାଇରେକ୍ଟର ପ୍ରମୋଦ କୁମାର ମହାରଣାଙ୍କୁ ଉକ୍ତ ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଛି । ସେହିପରି ସମ୍ବଲପୁର ଆଞ୍ଚଳିକ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରି (ଆର୍‌ଏଫ୍‌ଏସ୍‌ଏଲ୍‌)ର ଡେପୁଟି ଡାଇରେକ୍ଟର ହେମନ୍ତ କୁମାର ପ୍ରଧାନ ଏବଂ ବ୍ରହ୍ମପୁର ଆର୍‌ଏଫ୍‌ଏସ୍‌ଏଲ୍‌ରେ କାର୍ଯ୍ୟରତ ଡେପୁଟି ଡାଇରେକ୍ଟର ମନୋରଞ୍ଜନ ଦାସଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି । ଅନ୍ୟପଟେ ଡେପୁଟି ଡାଇରେକ୍ଟର ସୃଜନ ପ୍ରକାଶ ଦାସଙ୍କୁ ବାଲେଶ୍ୱର ଆର୍‌ଏଫ୍‌ଏସ୍‌ଏଲ୍‌କୁ ବଦଳି କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର