କଟକ : ଅପରାଧିକ ମାମଲାରେ କେମିକାଲ ଏକ୍ଜାମିନେସନ୍ ଓ ଅନ୍ୟାନ୍ୟ ଫରେନ୍ସିକ୍ ରିପୋର୍ଟ ମିଳିବାରେ ବିଳମ୍ବ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ହାଇକୋର୍ଟ ଏ ସଂପର୍କିତ ଏକ ମାମଲାର ଫେବ୍ରୁଆରି ୩ରେ ଶୁଣାଣି କରି ରସୁଲଗଡ଼ସ୍ଥିତ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି (ଏସଏଫଏସଏଲ) ନିର୍ଦ୍ଦେଶକଙ୍କୁ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏସଏଫଏସଏଲ ନିର୍ଦ୍ଦେଶକ ରାଜେଶ କୁମାର ହାଜର ହୋଇ ଦର୍ଶାଇଥିଲେ ଯେ କେମିକାଲ ଟେଷ୍ଟ ରିପୋର୍ଟ ବିଳମ୍ବ ପାଇଁ ଲୋକବଳ ଅଭାବ ଏକ କାରଣ। ବହୁ ମାମଲା ଆସୁଥିବା ବେଳେ କେମିକାଲ ଏକାଜିମିନେସନ୍ ପାଇଁ ଆବଶ୍ୟକ ସରଞ୍ଜାମ ସହିତ ଆଞ୍ଚଳିକ ଲାବୋରେଟୋରି ଆଧୁନିକୀକରଣର ଅଭାବ ଯୋଗୁଁ କେମିକାଲ ଟେଷ୍ଟ ରିପୋର୍ଟ ମିଳିବାରେ ବିଳମ୍ବ ହେଉଛି ବୋଲି ନିର୍ଦ୍ଦେଶକ କହିଥିଲେ। ତୁରନ୍ତ ଟେଷ୍ଟ ରିପୋର୍ଟ ପ୍ରକାଶ ସୁନିଶ୍ଚିତ କରିବା ପାଇଁ ଆଞ୍ଚଳିକ ଲାବୋରେଟୋରି ବ୍ୟବସ୍ଥାର ଆଧୁନିକୀକରଣ ଲାଗି କଣ ପଦେକ୍ଷପ ଗ୍ରହଣ କରାଯାଉଛି ସେ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି।
ଏସଏଫଏସଏଲ ନିର୍ଦ୍ଦେଶକ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସଂପର୍କିତ ସତ୍ୟପାଠ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଫେବ୍ରୁଆରି ୨୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବି. ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/high-court-odisha-750x430-2.jpg)