ରାଇରଙ୍ଗପୁର: ଝାଡ଼ଖଣ୍ଡର ଷଢ଼େଇକଳା କୋର୍ଟ ଜଣେ ଓଡ଼ିଆ ବିଧବା ମହିଳାଙ୍କୁ ଲଢ଼ିବା ପାଇଁ ଓଡ଼ିଆ ଓକିଲ ପ୍ରଦାନ କରିଛନ୍ତି। ସରକାରୀ ପ୍ରତାରଣାର ଶିକାର ଓଡ଼ିଆ ବିଧବା ମହିଳା ସବିତା ସାହୁ ତାଙ୍କୁ ଓଡ଼ିଆ ଭାଷାରେ ଜେରା ପାଇଁ କୋର୍ଟକୁ ନିବେଦନ କରିବା ପରେ ଓଡ଼ିଆ  ଶାସ୍ତ୍ରୀୟ ଭାଷା ଦିବସରେ ଷଢେଇକଳା କୋର୍ଟର ଏଭଳି ସହାୟତାକୁ ଓଡ଼ିଆ ସମୁଦାୟ ପ୍ରଶଂସା କରିଛନ୍ତି।

Advertisment

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ରହିଛି ଷଢେଇକଳା, ଖରସୁଆଁ। ଦୀର୍ଘ ୭୦ ବର୍ଷ ହେଲା ଅଣ ଓଡ଼ିଆ ଅଫିସର ବର୍ଗଙ୍କ ବୈମାତୃକ ମନୋଭାବର ଶିକାର ହୋଇ ଆସୁଛନ୍ତି ଏମାନେ। ଗୁଡିଏ ମିଥ୍ୟା ଅଭିଯୋଗ କରାଯାଇ ମାମଲା ରୁଜୁ କରାଯାଉଛି। ଏନେଇ ୧୯୪୮ ଠାରୁ ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ସ୍ବର ଉତ୍ତୋଳନ ହୋଇଛି। ହେଲେ କୈାଣସି ସମାଧାନ ଆଜି ଯାଏଁ  ଓଡ଼ିଆ ଜାତିକୁ ମିଳି ନାହିଁ। ଏବେ ସେହି ପ୍ରତାରଣାର ଶିକାର ଏକ ନିରିହ ମହିଳା ସବିତା ସାହୁଙ୍କ ପରିବାରର କାହାଣୀ ଲୋକ ଲୋଚନକୁ ଆସିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ଖରସୁଆଁ ଖମାରଡିହ ଗାଁର ଏହି  ବିଧବା ମହିଳା ଅଙ୍ଗନବାଡ଼ି କର୍ମଚାରୀଙ୍କୁ ମାଡ଼ ମରାଯାଇ ଓ ବିଭିନ୍ନ ମିଥ୍ୟା ଅଭିଯୋଗ କରାଯାଇ (ରାଜଖରସୁଆ) ଫାଣ୍ଡିରେ ଅନେକ କେସ ତାଙ୍କ ପରିବାର ବର୍ଗଙ୍କ ନାମରେ ରୁଜୁ ହୋଇଛି।

publive-image
ଝାଡ଼ଖଣ୍ଡ ପ୍ରଶାସନିକ ଅଫିସରଙ୍କ ବିରୁଦ୍ଧରେ ସବିତା ସାହୁଙ୍କ ପରିବାର ଅନେକ ଜାଗାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୈାଣସି ସମସ୍ୟାର ସମାଧାନ ହୋଇନାହିଁ। ସବିତା ସାହୁଙ୍କ କହିବା ଅନୁଯାୟୀ ସମଗ୍ର ଝାଡ଼ଖଣ୍ଡର ଜଣେ ଚର୍ଚ୍ଚିତ ଅଙ୍ଗନବାଡି ମହିଳା ଅଫିସର ଛତ୍ରଛାୟାରେ ତାଙ୍କୁ  ଅମାନୁଷିକ ଭାବେ କିଛି ଅସାମାଜିକ ଯୁବକଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣ କରାଯାଇଥିଲା ତାହାର ମଧ୍ୟ କୋର୍ଟରେ ମାମଲା  ରହିଛି ।
ଏନେଇ କୋର୍ଟରେ ସବିତା ସାହୁଙ୍କୁ ଅଭିଯୁକ୍ତଙ୍କ ଓକିଲ କିଛି  ହିନ୍ଦୀ ଭାଷାର ଶବ୍ଦ ଏପରି ପଚାରି ଥିଲେ ଯାହା କୈାଣସି ମହିଳା ଓ ତା’ର ପରିବାର  ପାଇଁ  ଅସମ୍ମାନଜନକ ଥିଲା। ଏହି କାରଣରୁ ଶ୍ରୀମତୀ ସାହୁ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ କୋର୍ଟରେ ନିଜ କୁହା ଯାଇଥିବା ତଥ୍ୟକୁ ସ୍ବିକାର କରିବାକୁ ମନା କରି କୋର୍ଟରେ ଜେରାର ରେକଡିଙ୍ଗ ଦେବା ପାଇଁ ଏକ ଆବେଦନ କରିଥିଲେ । ସବିତା ସାହୁ କହିଥିଲେ ଯେ ସିଏ ଅନେକ ତଥ୍ୟ ଓଡ଼ିଆ ଭାଷାରେ କହିଛନ୍ତି। ସେ ଓଡ଼ିଆ ଜାଣନ୍ତି ହେଲେ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନ ହିନ୍ଦୀରେ ଥିଲା, ଯେଉଁ କାଗଜରେ ତାଙ୍କୁ ହସ୍ତାକ୍ଷର କରା ଯିବା ପାଇଁ ଦିଆ ଯାଇଛି ତାହା କଙ୍କଣ ଭୂଲ ଲେଖା  ଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ। ସବିତା ସାହୁ କହିଥିଲେ ଯେତେବେଳେ ଦେଶର ନ୍ୟାୟ ପ୍ରକିୟାରେ ପାରଦର୍ଶିତା ରଖା ଯାଉଛି ଏପରି ସ୍ଥଳେ ଜେରାର ରେକଡିଙ୍ଗ ପ୍ରଦାନ ସହ ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ଜେରା କରାଯାଉ। ସେହି ଜେରା ମଧ୍ୟ ଓଡ଼ିଆ ଭାଷାରେ କରାଯାଉ । ଏହାପରେ କୋର୍ଟ ତାଙ୍କୁ ଏକ ସ୍ବତନ୍ତ୍ର  ଓଡ଼ିଆ ଓକିଲ ପ୍ରଦାନ କରିଥିଲେ।
ପୂର୍ବରୁ ଏହି ବ୍ୟବହାର ଷଢେଇକଳା ଖରସୁଆଁର ଜିଲ୍ଲାପାଳ ଓ ତାଙ୍କ ଗୋପନୀୟ ବିଭାଗର ଏକ ଚର୍ଚ୍ଚିତ ଅଧିକାରୀ ମଧ୍ୟ ତାଙ୍କ ସାମ୍ବାଦିକ ଝିଅ ସହିତ କରିଥିଲେ, ଯାହାର ପ୍ରତିବାଦ ସ୍ବରୂପ ମୂଖ୍ୟ ଶାସନ ସଚିବକୁ ତାଙ୍କ ଝିଅ ଏକ ଆରଟିଆଇ ଯୋଗେ ପଚାରି ଥିବା ବିଷୟ ସରକାରୀ ଅଣ ଓଡ଼ିଆ ଅଫିସରଙ୍କ ଭିତିରି କଥା ଖୋଲିଥିଲା। ଝାଡ଼ଖଣ୍ଡରେ ଅବହେଳିତ ଓଡ଼ିଆମାନଙ୍କ ପାଇଁ  ଜଣେ ଓଡ଼ିଆ ମହିଳାଙ୍କୁ ଓଡ଼ିଆ ଓକିଲ ପ୍ରଦାନ କରାଯିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ବରିଷ୍ଠ ସାମ୍ବାଦିକ ସହ ଓଡିଆ ଭାଷା ସଂସ୍କୃତି ସଂରକ୍ଷକ କାର୍ତ୍ତିକ କୁମାର ପରିଚ୍ଛା ନ୍ୟାୟପାଳିକାର ପ୍ରଶଂସା କରିଛନ୍ତି । ଶ୍ରୀଯୁକ୍ତ ପରିଚ୍ଛା କହିଛନ୍ତି ଯେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟର  ପ୍ରଥମ କେସ  ଷଢ଼େଇକଳା ସ୍ୱତନ୍ତ୍ରତା ଉପରେ ଆଧାରିତ ଥିଲା । ଆଜି ଗଣତନ୍ତ୍ରରେ ସ୍ଥାନୀୟ ମୂଳ ବାସିନ୍ଦା ଓଡ଼ିଆମାନଙ୍କୁ ଜଣେ ନିଜ ଭାଷାର ଓକିଲ ପ୍ରଦାନ କରାଯାଇଥିବାରୁ ଖୁସିର ଲହରୀ ଖେଳିଯାଇଛି ।