ନାସିର ଖାଁଙ୍କ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ : ‘ସ୍ୟାଡୋ ଫିଲ୍ମର ନାୟକ ତଥା ଦୃଷ୍ଟିହୀନ ଅଭିନେତା ମହମ୍ମଦ ନାସିର ଖାଁଙ୍କ ନିୟମିତ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନାସିରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ‘ଫାଇନ ଇଣ୍ତିସେଲ୍ସ ପ୍ରାଇଭେଟ ଲିମିଟେଡ୍‌’ ଠକେଇକୁ ନେଇ ହୋଇଥିବା ଅଭିଯୋଗ ବାଲେଶ୍ବର ଚିଟଫଣ୍ତ ନାମରେ ରାଜ୍ୟରେ ଜଣା। ଏହି ସ˚ସ୍ଥାର ଲକ୍ଷାଧିକ ଜମାକାରୀଙ୍କ ଶତାଧିକ କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ରହିଛି। ସ˚ସ୍ଥାର ମୁଖ୍ୟ ନାସିର ଜମାକାରୀଙ୍କ ଟଙ୍କାରେ ସ୍ୟାଡୋ ଚଳଚ୍ଚିତ୍ର ନିର୍ମାଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସ˚ସ୍ଥା ବାଲେଶ୍ବର, ଭଦ୍ରକ, ଝାରସୁଗୁଡା ଭଳି ସ୍ଥାନରେ କାର୍ଯ୍ୟାଳୟ ଖୋଲି ବିଭିନ୍ନ ଲୋଭନୀୟ ଯୋଜନା ମାଧୢମରେ ଜମାକାରୀଙ୍କ ନିକଟରୁ କୋଟି କୋଟି ଟଙ୍କା ହଡ଼ପ କରିଥିଲା। ଏଥି ସହିତ କର୍ଣ୍ଣାଟକ, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶରେ ମଧୢ ହଜାର ହଜାର ଜମାକାରୀ ଏହି ସ˚ସ୍ଥାର ଠକେଇର ଶିକାର ହୋଇଥିଲେ ବୋଲି ଅଭିଯୋଗ ରହିଛି। ଏହି ମାମଲାରେ ସିବିଆଇ ନାସିର୍‌ଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର