ଶୁଳିଆପଦା: ବୀରତ୍ବର ପରାକାଷ୍ଠା ପାଇଁ ଏସ୍ଓଜି କମାଣ୍ଡୋ ସହିଦ ସୁଧୀର ଟୁଡୁଙ୍କୁ ମିଳିବ ‘ଶୌର୍ଯ୍ୟ ଚକ୍ର ’ପୁରସ୍କାର। ଆସନ୍ତା ୩୧ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯିବ। ରାଷ୍ଟ୍ରପତିଙ୍କଠାରୁ ସହିଦ ସୁଧୀରଙ୍କ ମାଆ ଯଉନା ଟୁଡୁ ପୁରସ୍କାର ଗ୍ରହଣ କରିବେ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚିଠି କରାଯାଇଥିବା ବେଳେ ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଉପସଚିବଙ୍କ ସହ ପୁଲିସ ଆଇଜିଙ୍କୁ ଅବଗତ କରାଯାଇଛି। ସେହିପରି ସହିଦ ସୁଧୀରଙ୍କ ମାଆ ଯଉନାଙ୍କୁ ମଧ୍ୟ ସ୍ବତନ୍ତ୍ର ଚିଠି ଦିଆଯାଇଛି। ସୁଧୀରଙ୍କ ସହ ସହିଦ ଦେବାଶିଷ ସେଠୀଙ୍କୁ ମଧ୍ୟ ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ବାଘଡ଼ା ପଞ୍ଚାୟତ ଅଧୀନ ସାନଭଦୁଆ ଗ୍ରାମରେ ଜନ୍ମିତ ସୁଧୀର ଟୁଡୁ ୨୦୨୦ ସେପ୍ଟେମ୍ବର ୯ ତାରିଖରେ କୋରାପୁଟ ଜିଲ୍ଲା ସିରକି ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ବୀରତ୍ବର ସହ ଲଢ଼ିଥିଲେ। ସେ ୫ ଜଣ ମାଓବାଦୀଙ୍କୁ ମାରିଥିବା ସହ ପାଲଟା ଗୁଳିରେ ସହିଦ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/5d4g654gd65gd65gdgdgd.jpg)