ସହିଦଙ୍କ ମାତୃ ବିୟୋଗ

ଭୁବନେଶ୍ବର : ଦେଶ ପାଇଁ ସହିଦ ହୋଇଥିବା ୨ ବାୟୁସେନା ଅଧିକାରୀଙ୍କ ମା’ ଏବଂ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ବର୍ଗତ ପଦ୍ମନାଭ ସାହୁଙ୍କ ପତ୍ନୀ କାଞ୍ଚନଲତା ସାହୁଙ୍କର ୯୪ ବର୍ଷରେ ପରଲୋକ ହୋଇଯାଇଛି। ତାଙ୍କର ୬ ପୁଅଙ୍କ ମଧ୍ୟରୁ ୨ ପୁଅ ବାୟୁସେନା ଅଧିକାରୀ ପ୍ରକାଶ ସାହୁ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏବଂ ଅନ୍ୟ ପୁତ୍ର ପ୍ରଦୀପ ସାହୁ ୧୯୭୭ରେ ଦେଶ ପାଇଁ ସହିଦ ହୋଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ, ଝିଅ, ଜ୍ବାଇଁ, ନାତିନାତୁଣୀ, ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବହୁ ବ୍ୟକ୍ତି ବିଜେବି ନଗରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ। ସତ୍ୟନଗର ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିବାବେଳେ ପୁତ୍ର ପ୍ରଣବ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର