ଭୁବନେଶ୍ବର: ଶାସକ ବିଜୁ ଜନତା ଦଳ ପାଇଁ ୨୦୧୯ ନିର୍ବାଚନ ସଫଳତା ୨୦୨୪ରେ ଦୋହରାଇବା କଷ୍ଟକର ହୋଇପାରେ। ଲୋକସଭାରେ ଦଳ ଗତଥର ୧୨ ଆସନ ହାତେଇଥିଲା। ଏଥର ଏହି ଆସନ ସଂଖ୍ୟା କମିବ। ଅନ୍ୟପକ୍ଷରେ ଲୋକସଭାରେ ବିଜେପି କିଛି ଭଲ ଆସନ ହାତେଇବା ସମ୍ଭାବନା ଅଧିକ, ବିଧାନସଭାରେ ବି। କଂଗ୍ରେସର ଭାଗ୍ୟ କିନ୍ତୁ ସୁଧୁରିବାର ସାମାନ୍ୟ ସଙ୍କେତ ନାହିଁ। ୨୦୨୪ ବୁଥ ବାହୁଡା ମତ (ଏକଜିଟ୍ େପାଲ୍) ଓଡ଼ିଶା ପରିପ୍ରେକ୍ଷୀରେ ଏଭଳି ସଙ୍କେତ ଦେଇଛି। ଓଡ଼ିଶାରେ ଚାରି ପର୍ଯ୍ୟାୟ ନିର୍ବାଚନ ପରେ ଆଜିର ଏଭଳି ପୂର୍ବାନୁମାନ ରାଜ୍ୟର ସବୁ ଦଳର ନେତାମାନଙ୍କ ମଧ୍ୟରେ କମ୍ପନ ସୃଷ୍ଟି କଲାଣି। ଆଜିର ବୁଥ୍‌ ବାହୁଡ଼ା ମତ ବିଜେପି ଶିବିରରେ ଖୁସିର ପରିବେଶ ସୃଷ୍ଟି କରିଛି। ନେତାମାନେ ଗଦ୍‌ ଗଦ୍‌ ହୋଇପଡ଼ୁଛନ୍ତି। ବିଜେଡି ନେତାମାନେ କିନ୍ତୁ ଚିନ୍ତାରେ ପଡ଼ିଗଲେଣି। କଂଗ୍ରେସ ଶିବିର ନିରାଶ ହେବା ସ୍ବାଭାବିକ।

Advertisment

ଅନ୍ୟପକ୍ଷରେ ବିଧାନସଭା ନିର୍ବାଚନ ନେଇ କିନ୍ତୁ ଜାତୀୟ ସର୍ଭେ ସଂସ୍ଥା ନିରବ ରହିଛନ୍ତି। ତେବେ ଦିଲ୍ଲୀର ଏକ ସର୍ଭେ ସଂସ୍ଥାର ରିପୋର୍ଟକୁ ଆଧାର କରି ବିଜେଡି ନେତା ତଥା ସାଂସଦ ମାନସ ରଂଜନ ମଙ୍ଗରାଜ ‘ସମ୍ବାଦ’କୁ କହିଛନ୍ତି ଯେ ଦଳର ବିଧାନସଭା ଆସନ ସଂଖ୍ୟା ୨୦୧୯ ତୁଳନାରେ ବଢ଼ିପାରେ। ଏଥର ବିଜେଡି ବିଧାନସଭାରେ ୨୦୧୪ ସଂଖ୍ୟା ଡେଇଁଯିବ। ଏବେ ସୁଦ୍ଧା ସେମାନେ ୧୧୭ ଆସନରେ ଜିତିବା ସମ୍ଭାବନା ଉଜ୍ଜ୍ବଳ। ବିଜେପିକୁ ସେମାନେ ୧୧ ଓ କଂଗ୍ରେସକୁ ୩ଟି ଆସନ ଦେଇଛନ୍ତି। ୧୬ଟି ଆସନରେ କଡ଼ା ମୁକାବିଲା ହେଉଥିବା ବିଜେଡି ଅନ୍ତରୀଣ ସର୍ଭେ ରିପୋର୍ଟ ଦାବି କରୁଛି। ସେହିଭଳି ଲୋକସଭାରେ ବିଜେଡି ୧୧ ଓ ବିଜେପି ୬ ଆସନରେ ଜିତିବ ବୋଲି ଦାବି କରାଯାଇଛି। ୪ ଆସନରେ କଡ଼ା ଟକ୍କର ରହିବ।

ବିଜେଡି ଆଭ୍ୟନ୍ତରୀଣ ସର୍ଭେରେ ଆସିଲା ଅଲଗା ଚିତ୍ର
ଲୋକସଭାରେ ୧୧ରୁ ଅଧିକ, ବିଧାନସଭାରେ ୧୧୭ ଆସନ

ଓଡ଼ିଶାରେ ଭଲ କରିପାରିନି ଇଣ୍ଡି ମେଣ୍ଟ, କଂଗ୍ରେସ ନିରାଶ
ଓଡ଼ିଶା ବିଧାନସଭା ନିର୍ବାଚନ ନେଇ ସର୍ଭେ ଚୁପ୍

ଅନ୍ୟପକ୍ଷରେ ‘ସ୍କୁଲ୍‌ ଅଫ୍ ପଲିଟିକ୍ସ’ ଆକଳନ କରିଛି ଯେ ବିଜେଡି ରାଜ୍ୟରେ କ୍ଷମତାଚ୍ୟୁତ ହେବ। ସେମାନେ ଶାସକ ଦଳକୁ ୪୬ରୁ ୫୯ ଆସନ ଦେଇଛନ୍ତି।
ସେମାନେ ଦାବି କରିଛନ୍ତି, ୪୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବ ଦଳ। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ଭୋଟ ପ୍ରତିଶତ ବଢ଼ି ୪୨.୪ ପ୍ରତିଶତରେ ପହଞ୍ଚିବ। ଅର୍ଥାତ୍ ଦଳକୁ ୭୮ରୁ ୯୦ ଆସନ ମିଳିପାରେ। କଂଗ୍ରେସକୁ ଏହି ସଂସ୍ଥା ୭ରୁ ୧୩ ଆସନ ଦେଇଛି। ଅର୍ଥାତ୍ ୧୫.୧ ପ୍ରତିଶତ ଭୋଟ୍ ଦଳ ପାଇବ ବୋଲି ଆକଳନ କରାଯାଇଛି। ବିେଜଡିର ଆଭ୍ୟନ୍ତରୀଣ ସର୍ଭେ ସହିତ ଏହା ଆଦୌ େମଳ ଖାଉନାହିଁ। ମୋଟାମୋଟି କହିବାକୁ ଗଲେ, େଲାକସଭାରେ ନରେନ୍ଦ୍ର େମାଦୀ ନିଶ୍ଚିତ। ବିଧାନସଭା କଥା କହିହେବ ନାହିଁ। ‘ଟାଇମ୍‌ସ ନାଓ’ ସର୍ଭେ କହୁଛି, େମାଦୀ ହାଵା ଓଡ଼ିଶାରେ େଲାକସଭା ନିର୍ବାଚନ େକ୍ଷତ୍ରରେ ଏଭଳି କାମ କରିଛି େଯ ବିଜେପିକୁ ୧୩ ଆସନ ମିଳିବ ଓ ବିଜେଡି ୮ଟି ଆସନ ପାଇପାରେ।

‘ଜନ କି ବାତ୍’ ସଂସ୍ଥା ସର୍ଭେ ଅନୁସାରେ ବିଜେଡି ୩ରୁ ୭ ଆସନ ଓ ବିଜେପିକୁ ୧୫ରୁ ୧୮ ଆସନ ମିଳିପାରେ। ଇଣ୍ଡି ମେଣ୍ଟ ଆଦୌ କିଛି ବି ଆସନ ପାଇବ ନାହିଁ। ‘ନ୍ୟୁଜ୍ ୨୪ଟୁଡେଜ୍/ ଚାଣକ୍ୟ’ ବିଜେପିକୁ ୧୬, ବିଜେଡିକୁ ୪ ଓ ଇଣ୍ଡି ମେଣ୍ଟକୁ ଗୋଟିଏ ଆସନ ଦେଇଛି। ସେହିଭଳି ଏବିପି/ସି-ଭୋଟର କହିଛି, ବିଜେପି ୧୭ରୁ ୧୯ ଆସନରେ ଜିତିବା ସମ୍ଭାବନା ଅଧିକ। ବିଜେଡି ୧ରୁ ୩ ଏବଂ ଇଣ୍ଡି ମେଣ୍ଟ ୨ଟି ଯାଏ ଆସନ ପାଇପାରନ୍ତି। ‘ଇଣ୍ଡିଆ ଟିଭି/ ସିଏନ୍‌ଏକ୍ସ’ ହିସାବରେ ବିଜେପିକୁ ୧୫ରୁ ୧୭, ବିଜେଡିକୁ ୪ରୁ ୬ ଏବଂ ଇଣ୍ଡି ମେଣ୍ଟକୁ ୧ ଆସନ ମିଳିବ। ଇଣ୍ଡିଆଟୁଡେ କିନ୍ତୁ ୧୮ରୁ ୨୦ ଆସନ ଅର୍ଥାତ୍ ଓଡ଼ିଶାରେ ବିଜେପି ଏକତରଫା ଭାବେ ଜିତିବ ବୋଲି ପୂର୍ବାନୁମାନ କରିଛି।

ଏଠାରେ ଉଲ୍ଲେଖଥାଉକି, ବିଜେଡି ଆଭ୍ୟନ୍ତରୀଣ ସର୍ଭେ ଅନୁସାରେ, ନବରଙ୍ଗପୁର, କଳାହାଣ୍ଡି, ବରଗଡ, ସୁନ୍ଦରଗଡ଼, କେନ୍ଦୁଝର, ପୁରୀ ଆସନରେ ବିଜେପି ଜିତିବ। କୋରାପୁଟ, ବ୍ରହ୍ମପୁର, ଆସ୍କା, କନ୍ଧମାଳ, ଢେଙ୍କାନାଳ, କଟକ, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ଦଳ ନିଜ ଖାତାରେ ରଖିଛି। ବଲାଙ୍ଗୀର, ସମ୍ବଲପୁର, ଭୁବନେଶ୍ବରରେ ବିଜେଡି-ବିଜେପି କଡ଼ା ମୁକାବିଲା ସ୍ଥିତି ରହିଥିବା ବେଳେ ବାଲେଶ୍ବରରେ ବିଜେଡି-ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେଉଛି। ୨୦୧୯ ନିର୍ବାଚନରେ ବିଜେଡିକୁ ୧୨, ବିଜେପି ୮ ଲୋକସଭା ଆସନରେ ଜିତିଥିଲେ। କଂଗ୍ରେସ କେବଳ କୋରାପୁଟ ଆସନ ଦଖଲ କରିଥିଲା।