ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ ଶକ୍ତିକାନ୍ତ

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ପରିବାରବର୍ଗଙ୍କ ସହ ଆସି ସେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମନ୍ଦିରରେ ଦର୍ଶନ ସାରି ବାହାରକୁ ଆସିବା ସମୟରେ ସେବାୟତମାନଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଦାସ କହିଥିଲେ, ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ମିଳିଲା। ବହୁତ ଭଲ ଭାବେ ଆମେ ଦର୍ଶନ କଲୁ। ଜୟ ଲିଙ୍ଗରାଜ। ଏହି ଅବସରରେ ରିଜର୍ଭ ବ୍ୟାଙ୍କ ଭୁବନେଶ୍ବର କାର୍ଯ୍ୟାଳୟର ଆଞ୍ଚଳିକ ନି‌ର୍ଦ୍ଦେଶକ ଶାରଦା ପ୍ରସନ୍ନ ମହାନ୍ତି ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କ ତରଫରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ରେକର୍ଡ ୨.୧୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବା ଘୋଷଣା କରାଯାଇଛି। ଏହାକୁ ନେଇ ଦେଶବ୍ୟାପୀ ‌ଜୋରଦାର ଚର୍ଚ୍ଚା ଚାଲିଛି। ଏଭଳି ଏକ ମହତ୍ତ୍ବପୂର୍ଣ୍ଣ ସମୟରେ ଶକ୍ତିକାନ୍ତ ନିଜ ଜନ୍ମମାଟି ପରିଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର