ବାରିପଦା: ଖେଳ ପଡିଆ ପାଇଁ ବଳିପଡିଲା ଏକାଧିକ ଶାଳ ଗଛ। ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ଅନ୍ତର୍ଗତ ହାତିକୋଟ ଗ୍ରାମପଂଚାୟତର ଆହାରି ଗ୍ରାମରେ ମନରେଗା ଯୋଜନାରେ ଏକ ଖେଳପଡିଆ ନିର୍ମାଣ ହେଉଥିବା ବେଳେ, ଗ୍ରାମ ଶେଷରେ ଥିବା ସଂରକ୍ଷିତ ଶାଳ ଜଂଗଲ କାଟି ବେଆଇନ ଭାବରେ ଖେଳପଡିଆ ନିର୍ମାଣ କରାଯାଉ ଥିବାର ଦେଖାଯାଇଛି।
ତେବେ ଜଙ୍ଗଲ ଜମିରେ ଯେକୌଣଷି ନିର୍ମାଣ ପାଇଁ ବିଶେଷ କରି ଗଛ କାଟିବା ପାଇଁ ବିଭାଗୀୟ ଅନୁମତି ବାଧ୍ୟତାମୂଳକ ହୋଇଥିବା ବେଳେ, ନିର୍ମାଣକାରୀ ଏଜେନ୍ସି ବା ବ୍ୟକ୍ତି ବନ ବିଭାଗ ନିକଟରୁ କୌଣଷି ଅନୁମତି ନନେଇ ମନଇଚ୍ଛା ବଡବଡ ଶାଳଗଛ କାଟି ଦେଇଥିବାର ଦେଖାଯାଇଛି। ଏହି ଶାଳ ଗଛ ଗୁଡିକୁ ବାରିପଦା ବନଖଣ୍ଡ ଅନ୍ତର୍ଗତ ବାରିପଦା ରେଂଜର ହାତିକୋଟ ସଂରକ୍ଷିତ ଜଂଗଲରୁ କଟାଯାଇ ଥିବାର ଜଣାଯାଇଛି।
/sambad/media/post_attachments/wp-content/uploads/2021/08/9b61b1e5-9b0e-41dd-91fc-fa96b3e20af0-1024x576.jpg)
ଏବାବଦରେ ବାରିପଦା ବନାଂଚଳ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କୁ ପଚାରିବାରୁ ତାଙ୍କ ନିକଟରେ କୌଣଷି ଅଭିଯୋଗ ନଥିବା ବେଳେ, ସେ ଘଟଣା ବିଷୟରେ ଶୁଣିବାକୁ ପାଇଛନ୍ତି। ଏଣୁ ଘଟଣାର ବିଧିବଦ୍ଧ ତଦନ୍ତ କରି ଖେଳପଡିଆ ନିର୍ମାଣକାରୀ ତଥା ଗଛ କାଟିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜଙ୍ଗଲ ଜମିରେ ନିର୍ମାଣ କାମ ଚାଲିଥିଲେ ତାହା ବନ୍ଦ କରାଯିବ ବୋଲି କହିଛନ୍ତି।
ତେବେ ଆଜିକୁ ଚାରି ପାଂଚ ଦିନ ହେବ ସଂରକ୍ଷିତ ଜଙ୍ଗଲରେ ଶାଳଗଛ କଟା ହୋଇ ପଡିଥିଲେ ମଧ୍ୟ ବନ ବିଭାଗ କିଭଳି ଗଛକଟା ବିଷୟ ଜାଣିପାରୁ ନାହିଁ ସେବିଷୟରେ ବୁଦ୍ଧିଜିବୀ ମହଲରେ ପଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗର ଜାଣତରେ ଏଭଳି ବେଆଇନ କାର୍ଯ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲୁଥିବାର ପରିବେଶବିତ ମାନଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ, ଏହି ଘଟଣାର ତୁରନ୍ତ ବିଧିବଦ୍ଧ ତଦନ୍ତ ପୂର୍ବକ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/24da6b1f-53f6-4348-8675-0dffcfce3140.jpg)