ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ, ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ରାତିର ତାପମାତ୍ରାରେ ହ୍ରାସ ଘଟିବା ସହ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
#Weather briefing by #Head & Sc-E Dr. H.R. Biswas for next five days, based on 0830 Hrs IST observation of #04th Jan 2021.https://t.co/3Y9LLgsqiUpic.twitter.com/QqHsdCM54U
— Meteorological Centre, Bhubaneswar (@mcbbsr) January 4, 2021
ସୋମବାର ମଧ୍ୟରାତ୍ରରୁ ମଙ୍ଗଳବାର ପ୍ରତ୍ୟୁଷ ପର୍ଯ୍ୟନ୍ତ କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ବୌଦ୍ଧ, କେନ୍ଦ୍ରାପଡା, ଯାଜପୁର, ପୁରୀ, ନୟାଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି ଜିଲ୍ଲାରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ତେବେ, ଏହି ସମୟ ମଧ୍ୟରେ କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ଜିଲ୍ଲା ଉପରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବା କାରଣରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
#Warning Day-2 (Valid from 0830 hrs IST of 05.01.2021 to 0830 hrs IST of 06.01.2021):#Yellow Warning ( Be updated):
Dense fog very likely to occur at one or two places over the districts of Cuttack, Jagatsinghpur, Bhadrak, Khurda, Boudh, Kandhamal. pic.twitter.com/DFu1KCDMM0— Meteorological Centre, Bhubaneswar (@mcbbsr) January 4, 2021
ସେହିପରି ମଙ୍ଗଳବାର ମଧ୍ୟରାତ୍ରରୁ ବୁଧବାର ପ୍ରତ୍ୟୁଷ ମଧ୍ୟରେକଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ବୌଦ୍ଧ, କେନ୍ଦ୍ରାପଡା, ଯାଜପୁର, ପୁରୀ, ନୟାଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି ଜିଲ୍ଲାରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ତେବେ, ଏହି ସମୟ ମଧ୍ୟରେ କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ଉପରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବା କାରଣରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
#ଅନୁଗୁଳ, #କୋରାପୁଟ ଏବଂ #ମାଲକାନଗିରି#ମଧ୍ୟମ-ଧରଣର #କୁହୁଡି, #ଦୃଶ୍ୟମାନ-ଦୂରତା #୪୦୦ମିଟର | #ତାଳଚେର ଏବଂ #ନୟାଗଡ ରେ #ହାଲୁକା-କୁହୁଡି #ଦୃଶ୍ୟମାନ ଦୂରତା ଯଥାକ୍ରମେ ୫୦୦ ଏବଂ #୮୦୦ମିଟରpic.twitter.com/h70FS3YmIU
— Meteorological Centre, Bhubaneswar (@mcbbsr) January 4, 2021