ବାରିପଦା: ଲାଞ୍ଚୁଆ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ୍) ଅଧିକାରୀଙ୍କୁ ଭିଜିଲାନ୍ସ କୋର୍ଟ ପକ୍ଷରୁ ଦଣ୍ଡ ପ୍ରଦାନ କରାଯାଇଛି। ଲାଞ୍ଜ ନେଇଥିବା ଅଭିଯୋଗରେ ଆଜି ଜଣେ ଓଏଏସ ଅଫିସରଙ୍କୁ ବାରିପଦା ସତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦଣ୍ଡ ଶୁଣାଯାଇଛି। ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକର ପୂର୍ବତନ ତହସିଲଦାରଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି।
୨୦୧୪ ମସିହାରେ ଶାମାଖୁଣ୍ଟା ବ୍ଲକର ତତ୍କାଳୀନ ତହସିଲଦାର ସବିତା ସାହୁଙ୍କୁ ପ୍ରଭା ଇଟା ଭାଟିର ମ୍ୟାନେଜର ପ୍ରଫୁଲ୍ଲ ଦାଶବାବୁଙ୍କୁ ପାଞ୍ଚ ଲକ୍ଷ କଞ୍ଚା ଇଟା ପୋଡିବା ପାଇଁ ଶ୍ୟାମଖୁଣ୍ଟା ବ୍ଲକର ମହୁଳିଆ ମୌଜାରେ ଆବେଦନ କରିଥିଲେ। ଏହି କାର୍ଯ୍ୟାଦେଶ ପାଇଁ ତହସିଲଦାର ତାଙ୍କୁ ପନ୍ଦର ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଇଟାଭାଟି ମ୍ୟାନେଜର ଭିଜିଲାନ୍ସରେ ସେତେବେଳେ ଅଭିଯୋଗ କରିଥିଲେ। ଏଥିପରେ ୨୭/୧୧/୨୦୧୪ରେ ପୂର୍ବ ଯୋଜନା ମୁତାବକ ତହସିଲଦାର ନିଜ କାର୍ଯ୍ୟାଳୟରେ ଦଶ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଜାଲରେ ପଡିବା ସହ ତାଙ୍କୁ ଗିରଫ କରିଥିଲେ।
ତେବେ ଉକ୍ତ ମାମଲାର ଦଫା ୧୩/୨ରେ ଦୁଇ ବର୍ଷର କାରାଦଣ୍ଡ ଓ ୧୦ହଜାର ଜୋରିମାନା ଏବଂ ଜରିମାନା ଅନାଦେୟ ୩ମାସର କାରାଦଣ୍ଡ। ସେହିପରି ଦଫା ୭ରେ ଏକ ବର୍ଷ କାରାଦଣ୍ଡ ଓ ୫ହଜାର ଜୋରିମାନା ଏବଂ ଅନାଦେୟ ୩ମାସ କାରାଦଣ୍ଡର ଶୁଣାଣି କରିଛନ୍ତି ବାରିପଦା ସ୍ଥିତ ସତନ୍ତ୍ର ଭିଜିଲାନ୍ସ କୋର୍ଟର ମାନ୍ୟବର ବିଚାରପତି ପ୍ରସନ୍ନ କୁମାର ପଣ୍ଡା ରାୟ ଶୁଣାଇଛନ୍ତି। ତହସିଲଦାର ସବିତା ସାହୁ ବର୍ତ୍ତମାନ ବାଲେଶ୍ଵର ଜିଲ୍ଲାରେ ଡେପୁଟି ସବ୍ କଲେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି।ତହସିଲଦାର ସବିତା ସାହୁଙ୍କ ନାମରେ ଅନ୍ୟ ଏକ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କୋର୍ଟରେ କେଶ ନମ୍ବର ୧୬/୧୫ରେ ଏକ ମାମଲା ବିଚାରଧୀନ ଅବସ୍ଥାରେ ରହିଛି। ଏହି ମାମଲାରେ ତହସିଲଦାରଙ୍କ ନାମରେ ୪୫ଲକ୍ଷ ୪୯ହଜାର ୬୩୨ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିବାର ଅଭିଯୋଗ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/edf940ed-326e-4588-92a0-2bb9d7018774.jpg)