ସମ୍ବଲପୁରରେ ଲଜ୍ଜା: ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୬ ବର୍ଷର ଶିଶୁକନ୍ୟାକୁ ପଡ଼ୋଶୀ ଜଣେ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ଶିଶୁକନ୍ୟାଟିକୁ ତାଙ୍କ ପଡ଼ୋଶୀ ଘରର ନାବାଳକ ପ୍ରଲୋଭନ ଦେଖାଇ ସାଥୀରେ ଡାକି ନେଇଥିଲା। କେହି ନଥିବା ଦେଖି ନାବାଳକ ଜଣକ ଶିଶୁକନ୍ୟାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଶିଶୁକନ୍ୟାଟି କିଛି ଜାଣି ପାରିନଥିବା ବେଳେ କଷ୍ଟ ହେବାରୁ କାନ୍ଦିବାରେ ଲାଗିଥିଲା। କିଛି ସମୟ ପରେ ଶିଶୁକନ୍ୟାକୁ ନାବାଳକ ଜଣକ ଛାଡ଼ିଦେବାରୁ ସେ କାନ୍ଦି କାନ୍ଦି ଘରକୁ ଆସିଥିଲା। ଘରେ ବାପା ମା’ଙ୍କୁ ସବୁ କଥା ଜଣାଇଥିଲା। ଏ ବିଷୟରେ ସମ୍ବଲପୁରର ଏକ ଥାନାରେ ଶିଶୁକନ୍ୟାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନାବାଳକକୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ପୀଡ଼ିତା ଶିଶୁକନ୍ୟାକୁ ଡାକ୍ତରୀ ପରୀକ୍ଷା ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର