ରଥଯାତ୍ରା ବନ୍ଦ ସୁନିୟୋଜିତ ଷଡ଼ଯନ୍ତ୍ର: ଶଙ୍କରାଚାର୍ଯ୍ୟ

ପୁରୀ : ରଥଯାତ୍ରା ବନ୍ଦ ପୂର୍ବରୁ ଧାର୍ମିକ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ଅଣଦେଖା କରାଯାଇଥିବା ନେଇ ଗତକାଲି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ କ୍ଷୋଭର ସହ କହିଥିଲେ। ଧର୍ମଗୁରୁ ସବୁଠୁ ଊର୍ଦ୍ଧ୍ବରେ ଥିବାବେଳେ ତାଙ୍କଠାରୁ ଏ ଉପରେ କିଛି ପରାମର୍ଶ ନିଆଯାଇନଥିବା ସିଧାସଳଖ କହିଥିଲେ। ଆଜି ପୁଣିଥରେ ବର୍ଷିଛନ୍ତି ଶଙ୍କରାଚାର୍ଯ୍ୟ। ସିଧାସଳଖ କହିଛନ୍ତି, ରଥଯାତ୍ର ବନ୍ଦ ପାଇଁ ଏହା ଏକ ସୁନିୟୋଜିତ ଷଡ଼ଯନ୍ତ୍ର। ଜାଣିଶୁଣି ଗ୍ରୀଷ୍ମ ଅବକାଶ ପୂର୍ବଦିନ ଏଭଳି ରାୟ ଏହାକୁ ସ୍ପଷ୍ଟ ପ୍ରମାଣିତ କରିଦେଇଛି। ସେ କହିଛନ୍ତି, ୨୦ ତାରିଖରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଚାହିଁଥିଲେ ପୁନଃବିଚାର ପାଇଁ ସ୍ବେଚ୍ଛାକୃତ ଭାବେ ଦାୟର ରିଭ୍ୟୁ ପିଟିସନ୍‌ଗୁଡ଼ିକୁ ଗ୍ରହଣ କରି ପାରିଥାନ୍ତେ। କାରଣ ବିଶେଷ ପରିସ୍ଥିତିରେ ନ୍ୟାୟାଳୟ ଅବକାଶ ସମୟରେ ବି ଖୋଲି ପାରୁଛି। ଆଉ ଦିନକ ପରେ ରଥଯାତ୍ରା। ମଝିରେ ମାତ୍ର ଗୋଟିଏ ଦିନ ବାକି ରହୁଛି। ଗ୍ରୀଷ୍ମ ଅବକାଶର ଦିନକ ପୂର୍ବରୁ ରଥଯାତ୍ରା ବନ୍ଦ ନିର୍ଣ୍ଣୟ ସୁନିୟୋଜିତ ଷଡ଼ଯନ୍ତ୍ରକୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର