ପୁରୀ : ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦ୍ଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ପବିତ୍ର ଗୁରୁପୂର୍ଣ୍ଣିମାରେ ଆରମ୍ଭ କରିଥିବା ଚତୁର୍ମାସ ବ୍ରତ ସୋମବାର ସମାପନ କରିଛନ୍ତି।
ପରମ୍ପରା ଅନୁଯାୟୀ, ଚତୁର୍ମାସ ବ୍ରତ କାଳରେ ଜଗଦ୍ଗୁରୁ ଶ୍ରୀକ୍ଷେତ୍ର ବାହାରକୁ ଯାଇନଥାନ୍ତି। ସୋମବାର ଇନ୍ଦ୍ରୋତ୍ସବ ପୂର୍ଣ୍ଣିମାରେ ଏହି ବ୍ରତ ସମାପନ ପରେ ଗୋଶାଳା ଯାଇ ଗୋସେବା କରିବା ସହ ଅପରାହ୍ଣ ୪ଟା ୧୫ରେ ମଠରୁ ବାହାରି ଶ୍ରୀମନ୍ଦିର ସିଂହଦ୍ବାରରୁ ପତିତପାବନଙ୍କୁ ଦର୍ଶନ କରିଛନ୍ତି। ପରେ ଶ୍ରୀକ୍ଷେତ୍ର ବାହାରକୁ ଯାଇ ତୁଳସୀ ଚୌରା ଛକରେ ଭୂମି ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ। ଚୁଳସୀ ଚୌରାରୁ ଫେରିବା ବେଳେ ମା’ ବାଟମଙ୍ଗଳା ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ପରେ ସ୍ବର୍ଗଦ୍ବାର ନିକଟରେ ମହୋଦଧି ଆଳତି ସମର୍ପଣ କରି ସଂଧ୍ୟା ସାଢ଼େ ୭ଟାରେ ମଠକୁ ଫେରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/sa-2.jpg)