ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ପ୍ରଥମେ ନିମନ୍ତ୍ରଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଗତକାଲି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଏକ ଟିପ୍ପଣୀ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଦୁଇଦିନ ତଳେ ସୁରତରେ ଏକ ଆଧ୍ୟାତ୍ମିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟଙ୍କୁ ଜଣେ ସାମ୍ବାଦିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନୀ ପର୍ବକୁ ଡକାଯାଇଛି କି ନାହିଁ ପ୍ରଶ୍ନ କରିଥିଲେ। ଶଙ୍କରାଚାର୍ଯ୍ୟ କହିଥିଲେ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ ଓ ଶାସନ ତନ୍ତ୍ର ମୋ’ଠୁ ଦୂରେଇ ରହୁଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଣ୍ଣୟ ମୁତାବକ, ଶ୍ରୀମନ୍ଦିର ସମ୍ପର୍କରେ ନିଷ୍ପତ୍ତିରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କରିବାକୁ କୁହାଯାଇଛି। ଅଥଚ ତାଙ୍କୁ ଶ୍ରୀମନ୍ଦିର ସଂକ୍ରାନ୍ତରେ କୌଣସି ବିଷୟ ଅବଗତ କରାଯାଉନାହିଁ ବୋଲି ସେ କହିଥିଲେ। ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଶଙ୍କରାଚାର୍ଯ୍ୟ ବାହାରେ ଅଛନ୍ତି। ଫେରିବା ପରେ ତାଙ୍କୁ ପ୍ରଥମ ନିମନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି।
ପରିକ୍ରମା ପ୍ରକଳ୍ପ: ଶଙ୍କରାଚାର୍ଯ୍ୟଙ୍କୁ ପ୍ରଥମେ ନିମନ୍ତ୍ରଣ କରାଯିବ
/sambad/media/post_attachments/wp-content/uploads/2022/05/Puri-Shankaracharya-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)