ଶ୍ରୀମନ୍ଦିର ସ୍ବାର୍ଥପୂର୍ତ୍ତି ଓ ଶୋଷଣ କେନ୍ଦ୍ର: ଶଙ୍କରାଚାର୍ଯ୍ୟ

ପୁରୀ : ଶାସନ, ପରିଚାଳନା ସମିତି ଓ ସେବାୟତ ଗୋଷ୍ଠୀଙ୍କ ଯୋଗୁ ଶ୍ରୀମନ୍ଦିର ସ୍ବାର୍ଥପୂର୍ତ୍ତି ଓ ଶୋଷଣ କେନ୍ଦ୍ର ପାଲଟିଛି। ଏଠାରେ ଧାର୍ମିକ ଓ ଆଧ୍ୟାତ୍ମିକ ସମ୍ବିଧାନ ଦୂରେଇଯିବା ପୂର୍ବରୁ ପ୍ରତିକାର ଚିନ୍ତା କରାଯିବା ଦରକାର। ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ଓ ସେବାୟତଙ୍କ ଉଦ୍ଦେଶ୍ୟରେ ଏଭଳି କଡ଼ା ଭାଷାରେ କହିଛନ୍ତି ଜଗତଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ। ଆଜି ଏକ ପ୍ରେସ ବିବୃତିରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ଶ୍ରୀମନ୍ଦିର ସହିତ ଶାସନ, ପରିଚାଳନା ସମିତି ଓ ସେବାୟତ ଗୋଷ୍ଠୀଙ୍କୁ ଧ୍ୟାନ ରଖିବା ଆବଶ୍ୟକ ଯେ ଆଦର୍ଶବିହୀନ ଅସ୍ତିତ୍ବ ସୁରକ୍ଷିତ ରହିବା କେତେ ସମୟ ପର୍ଯ୍ୟନ୍ତ ସମ୍ଭବ ଏବଂ ସୈଦ୍ଧାନ୍ତିକ ଧରାତଳରେ ଏହାର ମହତ୍ବ କ’ଣ। ଶିକ୍ଷା, ରକ୍ଷା, ସଂସ୍କୃତି, ସେବା ଓ ମୋକ୍ଷର ଏହି ପବିତ୍ର ସଂସ୍ଥାନକୁ ଧାର୍ମିକ ଓ ଆଧ୍ୟାତ୍ମିକ ସମ୍ବିଧାନ ତଥା ମାର୍ଗଦର୍ଶନରୁ ଦୂରେଇ ରଖିବା ଦ୍ବାରା ଏହି ସଂସ୍ଥାନ ସ୍ବାର୍ଥପୂର୍ତ୍ତି ଓ ଶୋଷଣର କେନ୍ଦ୍ର ବୋଲି ପ୍ରମାଣିତ ହେଉଛି। ଏହି ସଂସ୍ଥାନର ପ୍ରକୃତ ଲକ୍ଷ୍ୟ ଅନୁରୂପ ଦିଗଦର୍ଶନ ପ୍ରଦାନ ପାଇଁ ସଂପୃକ୍ତ ପକ୍ଷମାନଙ୍କର ଉଚିତ ପୋଷଣ ନିତାନ୍ତ ଆବଶ୍ୟକ ଅଟେ। ଏଣୁ ସମୟ ଥାଉ ଥାଉ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ।

ସମ୍ବନ୍ଧିତ ଖବର