ସମ୍ବଲପୁର: ୭୦ ଦଶକର ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସମ୍ବଲପୁରର ଶାନ୍ତି ସ୍ବରୂପ ମିଶ୍ର (ଟିକୁ ମିଶ୍ର)ଙ୍କର ରବିବାର ସଂଧ୍ୟାରେ ପରଲୋକ ହୋଇଯାଇଛି। ସେ ସମ୍ବଲପୁର ଫାଟକସ୍ଥିତ ତାଙ୍କ ଘର ଗାଧୁଆ ଘରେ ପଡ଼ି ଯାଇଥିଲେ। ତାଙ୍କୁ ସ୍ଥାନୀୟ ଏକ ନର୍ସିଂହୋମ୍କୁ ନିଆ ଯାଇଥିଲା। ସଂଧ୍ୟା ୫ଟା ୩୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ତାଙ୍କର ପତ୍ନୀ ସଂଯୁକ୍ତା, ପୁଅ ରୋହିତ, ଦୁଇଝିଅ ମଧୁଛନ୍ଦା, ପଦ୍ମିନୀ, ବୋହୂ, ଜ୍ବାଇଁ, ଭାଇ, ନାତିନାତୁଣୀ ଅଛନ୍ତି। ସୋମବାର ସକାଳେ ସ୍ଥାନୀୟ ରାଜଘାଟରେ ତାଙ୍କ ଶେଷକୃତ୍ୟ କରାଯିବ।
/sambad/media/post_attachments/wp-content/uploads/2021/01/Shanti-Swarup1.jpg)
ଟିକୁ ମିଶ୍ରଙ୍କ ବିୟୋଗରେ ସମ୍ବଲପୁରର କଳାପ୍ରେମୀଙ୍କ ସହ ତାଙ୍କ ଶୁଭେଚ୍ଛୁ ମହଲରେ ଶୋକର ଛାୟା ଖେଳି ଯାଇଛି। ସମ୍ବଲପୁରର ଜଣାଶୁଣା କଳା ସଂଗଠକ ତଥା ପ୍ରୋତ୍ସାହକ ରାହାସ ବିହାରୀ ମିଶ୍ରଙ୍କ ପୁତ୍ର ଟିକୁ ମିଶ୍ର ୭୦ ଦଶକରେ ୩ଟି ଓଡ଼ିଆ ଚଳଚ୍ଚିତ୍ର କରିଥିଲେ। ସେ ମନଆକାଶ, କୃଷ୍ଣସୁଦାମା, ବନ୍ଧୁ ମହାନ୍ତି ଆଦି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ପିତା ରାହାସ ବିହାରୀ ମିଶ୍ର ନିଜେ ମନଆକାଶ ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ। ତିନିଟି ଯାକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିତାଇ ପାଲିତ୍ (ନିତ୍ୟାନନ୍ଦ ପାଲିତ୍)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Shanti-Swarup.jpg)