କ୍ୟାଟ୍‌ରେ ଶରତକାଳୀନ ଅବକାଶ, ୧୦ରେ ଅବକାଶକାଳୀନ ଖଣ୍ତପୀଠ

କଟକ : ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବୁନାଲ(କ୍ୟାଟ), କଟକ ଖଣ୍ତପୀଠରେ ଶରତକାଳୀନ ଅବକାଶ ଅକ୍ଟୋବର ୩ରୁ ଆରମ୍ଭ ହେଉଛି। ଅକ୍ଟୋବର ୧୪ ତାରିଖ ଦିନ ଟ୍ରିବୁନାଲ ଖୋଲିବ। ଅବକାଶ ସମୟରେ ଅକ୍ଟୋବର ୧୦ ତାରିଖରେ ବିଚାରବିଭାଗୀୟ ସଦସ୍ୟ ଏସ.କେ.ମିଶ୍ରଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ତପୀଠରେ ଦିନ ୧୧ଟାରୁ ଜରୁରି ମାମଲା ଗୁଡିକର ଶୁଣାଣି କରାଯିବ ବୋଲି ଟ୍ରିବୁନାଲ ରେଜିଷ୍ଟ୍ରି ପକ୍ଷରୁ ଡେପୁଟି ରେଜିଷ୍ଟ୍ରାର‌୍‌ ପି.ଶତପଥୀ ସୂଚନା ଦେଇଛନ୍ତି। ଅବକାଶ ସମୟରେ ଟ୍ରିବୁନାଲ୍‌ ରେଜିଷ୍ଟ୍ରିରେ କାର୍ଯ୍ୟଦିବସରେ ଦିନ ୧୦ଟା ୩୦ରୁ ୧ଟା ମଧୢରେ ଜରୁରି ଆବେଦନ ଗୁଡିକୁ ପଞ୍ଜୀକରଣ ପାଇଁ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର