କେନ୍ଦୁଝର : ଓଡ଼ିଶା ସିଭିଲ ସର୍ଭିସ ୨୦୧୯ର ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ କେନ୍ଦୁଝର ସହର ପବିତ୍ରଡିହାର ଶର୍ମିଷ୍ଠା ସାହୁ ୭୯ ର୍ୟାଙ୍କରେ ସ୍ଥାନ ପାଇ ସଫଳତା ହାସଲ କରିଛନ୍ତି। ୧୯୯୬ ମିସହା ଡିସେମ୍ବର ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ଶର୍ମିଷ୍ଠା ପ୍ରାଥମିକ ଶିକ୍ଷା କେନ୍ଦୁଝର ରାମ ମନ୍ଦିର ନିକଟରେ ଥିବା ସରସ୍ବତୀ ଶିଶୁ ମନ୍ଦିରରେ ପ୍ରାରମ୍ଭରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ । ଏହାପରେ ଚତୁର୍ଥରୁ ଦଶମ ପର୍ଯ୍ୟନ୍ତ ସେ କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲରେ ଅଧ୍ୟୟନ କରିଥିଲେ । ଦଶମ ଶ୍ରେଣୀରେ ସେ ୯୪ ପ୍ରତିଶତ ନମ୍ବର ରଖିବା ସହିତ ସ୍କୁଲରେ ଟପ୍ କରିଥିଲେ । ଏଠାରୁ ଦଶମ ପାସ କରିବା ପରେ ସେ ଭୁବନେଶ୍ବର ବକ୍ସି ଜଗବନ୍ଧୁ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ । ୭୩ ପ୍ରତିଶତ ନମ୍ବର ରଖି ଯୁକ୍ତଦୁଇ ପାସ କରିବା ପରେ ସେ ସିଲିକନ୍ ଇନିଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ କମ୍ପୁଟର ସାଇନ୍ସ ରଖି ବି ଟେକ୍ କରିଥିଲେ । ୨୦୧୮ ମସିହାରେ ସେ ସେଠାରୁ ପାସ କରିବା ପରେ ୨୦୧୮-୧୯ ମସିହା ଘରେ ରହି ବିଭିନ୍ନ ପୁସ୍ତକ ପଢାପଢି କରୁଥିଲେ ।
୨୦୧୯ରୁ ସେ ୟୁପିଏସସି ପାଇଁ ଘରେ ରହି ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୯ ମସିହାରେ ମଧ୍ୟ ସେ ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ । ଏଥିରେ ବିଫଳ ହେବା ପରେ ଘରେ ରହି ପୁଣି ସେ ୟୁପିଏସସି ପାଇଁ ପଢାପଢି କରିଥିଲେ । ଏହି ସମୟରେ ଓପିଏସସି ବାହାରିଥିଲା। ତେଣୁ ସେ ଏଥିରେ ମଧ୍ୟ ପରୀକ୍ଷା ଦେଇଥିଲେ । ଯେଉଁଥିରେ ସେ ପ୍ରଥମ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି । ବାପା ସୋମନାଥ ସାହୁ ଓଡିଶା ସ୍ପଞ୍ଜ ଆଇରନ କାରଖାନାରେ କାମ କରୁଥିଲେ । ହେଲେ ୨୦୧୨ ମସିହାରେ କାରଖାନା ବନ୍ଦ ହୋଇଯିବାରୁ ସେ କର୍ମସଂସ୍ଥାନ ହରାଇବା ପରେ ବିଭିନ୍ନ ପ୍ରକାର ବ୍ୟବସାୟ କରିଥିଲେ। ଲକଡାଉନ ସମୟରେ ତାଙ୍କ ବ୍ୟବସାୟ ସଂପୂର୍ଣ୍ଣ ଠପ ହୋଇଯାଇଥିଲା । ବହୁ ସମସ୍ୟା ମଧ୍ୟରେ ତାଙ୍କ ପରିବାର ଗତି କରୁଥିବା ବେଳେ ଏବେ ଝିଅର ସଫଳତା ଖୁସି ଆଣି ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/e4acee2a-0415-4063-b478-b87661790214.jpg)