ମାଲକାନଗିରିର ଶତବୀର ସିଂ ଅଣ୍ଡର-୨୫ ଦଳର ମ୍ୟାନେଜର ଘୋଷିତ

ମାଲକାନଗିରି: ମାଲକାନଗିରି ସଦର ମହକୁମାର ଜଣେ ଯୁବ ଫାର୍ମାସିଷ୍ଟ ଶତବୀର ସିଂ ରିଆର ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ୨୫ ବର୍ଷରୁ କମ୍ କ୍ରିକେଟ ପ୍ରତିଯୋଗିତା ପାଇଁ ମ୍ୟାନେଜର ଘୋଷିତ ହୋଇଛନ୍ତି।ଆସନ୍ତା ୧୭ ତାରିଖରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ତ୍ରିଭେନ୍ଦୁପୁରମ ଠାରେ ଆୟୋଜିତ ହେବାକୁ ଥିବା ଅଣ୍ଡର-୨୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ସେ ମ୍ୟାନେଜର ଭାବେ ଦାୟୀତ୍ବ ତୁଲାଇବେ।ତେବେ ଶତବୀର ଓସିଏ ତରଫରୁ ମ୍ୟାନେଜର ଘୋଷିତ ହେବା ପରେ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।ଜିଲ୍ଲା ହସପିଟାଲରେ ସେ ଫାର୍ମାସିଷ୍ଟ ଦାୟୀତ୍ବ ତୁଲାଇବା ସହ କ୍ରିକେଟ ଖେଳରେ ରୁଚି ରଖନ୍ତି।ଜିଲ୍ଲା

କ୍ରିକେଟ ଆସୋସିନଏସନର ସଂପାଦକ ଭାବେ ଦାୟୀତ୍ବ ତୁଲାଉଛନ୍ତି।ପୂର୍ବରୁ ସେ ଅଣ୍ଡର-୧୯ ପାଇଁ ମଧ୍ୟ ମ୍ୟାନେଜର ଘୋଷିତ ହୋଇସାରିଛନ୍ତି।ମାଲକାନଗିରି ଜିଲ୍ଲାରେ କ୍ରିକେଟକୁ ଲୋକପ୍ରିୟ କରାଇବା ଏବଂ ଯୁବ କ୍ରିକେଟରମାନଙ୍କୁ ଆଗକୁ ଆଣିବାରେ ତାଂକର ଅବଦାନ ଅତୁଳନୀୟ।ତେଣୁ ଶତବୀରଙ୍କ ଏହି ସଫଳତା ପଛରେ ସେ ନିଜର ବାପା ଓ ମାଆଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।

 

ସମ୍ବନ୍ଧିତ ଖବର