ସ୍ବାମୀ ମୃତ୍ୟୁର ୨ବର୍ଷ ପରେ ବି ଭତ୍ତା ଓ  ଜାତୀୟ ପରିବାର ମଙ୍ଗଳ ଯୋଜନାରେ ମିଳିନି ସହାୟତା

ଜୟପୁର: ଜୟପୁର ବ୍ଲକର ଆମ୍ବାଗୁଡା ପଂଚାୟତର ବଡ଼ ମଣ୍ଡାପଦର ଗାଁର ଭଗବତୀ ଗାଧବାଙ୍କ ସ୍ବାମୀ ଚନ୍ଦ୍ର ଗାଧବାଙ୍କ ମୃତ୍ୟୁକୁ ୨ବର୍ଷ ବିତିଗଲାଣି। ତଥାଫି ଏହି ବିଧବା ମହିଳା ଜଣକ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ମିଳିବାକୁ ଥିବା ୨୦ହଜାର ଟଙ୍କା କିମ୍ବା ବିଧବା ଭତ୍ତା ବି ପାଇ ପାରି ନାହାନ୍ତି। ଏହି ସ୍ଥିତିରେ ସରକାରଙ୍କ ସମାଜ ସୁରକ୍ଷା ଓ କଲ୍ୟାଣ ଯୋଜନା ଉପରେ ଉଠିଛି ବିରାଟ ବଡ଼ ପ୍ରଶ୍ନ। ଭଗବତୀ ବାରମ୍ବାର ଉଭୟ ଯୋଜନା ପାଇଁ ଆବେଦନ କରି କରି ଥକ୍କି ଯିବା ପରେ ବି ତାଙ୍କୁ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ମଙ୍ଗଳ ଯୋଜନାର ଟଙ୍କା କିମ୍ବା ଭତ୍ତା ଟିକକ୍ ବି ପାଇ ପାରି ନାହାନ୍ତି।

ଧାର ଉଧାର କରି ପୁଅ ଝିଅକୁ ବାହା କରିଥିବା ବେଳେ ବଳକା ୩ପୁଅଙ୍କୁ ନେଇ ବହୁ କଷ୍ଠ ମଷ୍ଠରେ ପରିବାର ଚଳୁଥିବା କହିଛନ୍ତି ଭଗବତୀ। ବାରମ୍ବାର ଆବେଦନପତ୍ର ହଜିଯାଉଥିବା କହୁଥିବାରୁ ଏହାକୁ ନେଇ ସଂଦେହ ପ୍ରକାଶ କରିଛନ୍ତି। ଉପଜିଲ୍ଲାପାଳଙ୍କୁ ଏ ନେଇ ଅଭିଯୋଗ କରିଛନ୍ତି ଭଗବତୀ। କାହିଁକି ଓକେଉଁ ପରିସ୍ଥିତିରେ ଭଗବତୀଙ୍କୁ ସରକାରୀ ସହାୟତାରୁ ଅବହେଳା କରାଯାଇଛି ତାହାର ଯାଂଚ କରି କିଭଳି ସାମିଲ କରାଯାଇ ହେବ ସେ ଦିଗରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ଉପଜିଲ୍ଲାପାଳ।

ସମ୍ବନ୍ଧିତ ଖବର