ମହୀଶୂରରୁ ନନ୍ଦନକାନନକୁ ଆସିଥିବା ଦୁଇ ଧୂସର ଗଧିଆରୁ ଗୋଟିକର ମୃତ୍ୟୁ

ବାରଙ୍ଗ: ଗୁରୁବାର ସକାଳେ ସ୍ଥାନୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଗୋଟିଏ ମାଈ ଧୂସର ଗଧିଆ ମରି ଯାଇଥିବା ଦେଖାଯାଇଛି।

ଅନ୍ୟ ଏକ ଅଣ୍ଡିରା ଧୂସର ଗଧିଆ ସହ ଗତ ବର୍ଷ ସେପ୍ଟେମ୍ବର ମାସରେ ଏହି ଧୂସର ଗଧିଆଟିକୁ ମହୀଶୂର ଚିଡ଼ିଆଖାନରୁ ଅଣାଯାଇଥିଲା।
ଶବ ବ୍ୟବଚ୍ଛେଦ ହେବା ପରେ ତା’ର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର