ଢେଙ୍କାନାଳ : ବେଲଟିକିରି ‘ଗୁଡ୍ ନିୟୁଜ୍ ଇଣ୍ତିଆ’ ସେଲ୍ଟର ହୋମ୍ରେ ଅସଦାଚରଣ ଘଟଣାରେ ଗିରଫ ହୋଇଥିବା ଅନୁଷ୍ଠାନର ଅଧ୍ୟକ୍ଷ ଡ. ଫୟାଜ୍ ରେହମାନ୍ଙ୍କ ରିମାଣ୍ତ ଅବଧି ଆଜି ଶେଷ ହୋଇଛି। ସ˚ଧ୍ୟାରେ ତାଙ୍କୁ ଢେଙ୍କାନାଳ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସେଲ୍ଟର ହୋମ୍ରେ ଛାତ୍ରୀମାନଙ୍କୁ ଅସଦାଚଣ କରୁଥିବା ଅଭିଯୋଗକୁ ଚତୁରତାର ସହ ରେହମାନ୍ ଏଡ଼ାଇ ଯାଇଛନ୍ତି। ରିମାଣ୍ତରେ ୪ ଦିନ ରଖି ପୁଲିସ ମାରାଥନ୍ ଜେରା କରିଥିଲେ ମଧ୍ୟ ତାଙ୍କଠାରୁ ସତ ବାହାର କରି ପାରିନାହିଁ। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଏକ ଚକ୍ରାନ୍ତ, ସେ ଛାତ୍ରୀମାନଙ୍କୁ ଅସଦାଚରଣ କରିନାହାନ୍ତି ବୋଲି ରେହମାନ୍ କହିଥିବା ଏସ୍ପି ସନ୍ତୋଷ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପୁଲିସ୍ ସୂଚନା ଅନୁଯାୟୀ, ବେଲଟିକିରି ଗୁଡ୍ ନିୟୁଜ୍ ଇଣ୍ତିଆ ସେଲ୍ଟର ହୋମ୍ରେ ଛାତ୍ରୀମାନଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ହାଜତରେ ଥିବା ଡ. ରେହମାନ୍ଙ୍କୁ ଗତ ୪ ତାରିଖରେ ରିମାଣ୍ତରେ ନିଆଯାଇଥିଲା। ୨ ଦିନ ପଚରାଉଚରା ପରେ ଅଧିକ ତଥ୍ୟ ହାସଲ ପାଇଁ ଗତ ୫ ତାରିଖରେ ପୁଣି ଆଉ ୨ଦିନ ପାଇଁ ରିମାଣ୍ତରେ ନିଆଯାଇଥିଲା। ୪ଦିନ ଧରି ପୁଲିସ୍ ରେହମାନ୍ଙ୍କ ବିରୋଧରେ ହୋଇଥିବା ଅଭିଯୋଗର ବିଭିନ୍ନ ଦିଗକୁ ନେଇ ଗୁେଡ଼ଇ ତୁଡ଼େଇ ପ୍ରଶ୍ନ କରିଥିଲା। ହେଲେ ଝିଅମାନଙ୍କୁ ଅସଦାରଣ କରିଥିବା ଘଟଣାକୁ ରେହମାନ୍ ଅସ୍ବୀକାର କରିଛନ୍ତି। ଜିଲ୍ଲା ପ୍ରଶାସନ ସେଲ୍ଟର ହୋମ୍ରୁ କିଛି କୋମଳମତି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଦୟାନନ୍ଦ ସର୍ଭିସ୍ ମିସନରେ ରଖିଛନ୍ତି। ସେଠାରେ ପିଲାମାନେ ଜଗନ୍ନାଥ ଜଣାଣ ବୋଲିବାକୁ ମନା କରୁଥିବାବେଳେ ହାତଯୋଡ଼ି ନମସ୍କାର କରିବାକୁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି। ଶିଶୁମାନେ କାହା ପ୍ରରୋଚନାରେ ଏବ˚ କେଉଁ ଧର୍ମକୁ ବିଶ୍ବାସ କରି ଏପରି ଆଚରଣ କରୁଛନ୍ତି, ସେ ସ˚ପର୍କରେ ପ୍ରଶ୍ନ କରାଯାଇନଥିବା ପୁଲିସ କହିଛି। ସେହିପରି ସେଲ୍ଟର ହୋମ୍ ଚାଲିବା ପାଇଁ ବିଦେଶରୁ କେତେ ଟଙ୍କା ଆସୁଥିଲା ସେ ସ˚ପର୍କରେ ଏସ୍ପି କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଏ ସଂକ୍ରାନ୍ତରେ ତଦନ୍ତ ଚାଲିଥିବା ଏସ୍ପି ଶ୍ରୀ ନାୟକ କହିଛନ୍ତି।