ଶେରଗଡ଼ : ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର କୁମାର ମିଶ୍ରଙ୍କ ନେତୃତ୍ୱରେ ଶେରଗଡ଼ ବିଜେପିର ଏକ ପ୍ରତିନିଧି ଦଳ କୃଷି ଓ କୃଷକଙ୍କ ବହୁବିଧ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଡ଼ ଦୟାସିନ୍ଧୁ ପରିଡାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଶେରଗଡ଼ ଅଞ୍ଚଳରେ ୟୁରିଆ ସାରର କଳାବଜାର ଚାଲିଥିବା ବେଳେ କୃଷି ଅଧିକାରୀଙ୍କ ନୀରବତା ଅବଲମ୍ବନ, ସରକାରୀ ପ୍ରଦତ୍ତ କୃଷି ଯନ୍ତ୍ରପାତି ସାଧାରଣ ଚାଷୀ ପରିବର୍ତ୍ତେ ମୁଷ୍ଟିମେୟଙ୍କୁ ବଣ୍ଟନ, କାଳିଆ ଯୋଜନାରେ ଭୋଟ ହାତେଇବା ପରେ ଯୋଜନାକୁ ଦିଗହରା କରାଇବା, ସମସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରି ସେମାନେ ଯେପରି ସପ୍ତମ କିସ୍ତି ପାଇବେ ତାହାର ବ୍ୟବସ୍ଥା କରିବା, ବେଆଇନ ବାଲି, ପଥର, ମୋରମ ଚୋରା ଚାଲାଣ ରୋକିବା, ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରି ଧାନର ଅଭାବୀ ବିକ୍ରି ରୋକିବା, ବାସହୀନ ଗରିବ, ହରିଜନ ଓ ଆଦିବାସୀ ପରିବାରଙ୍କୁ ରହିବା ପାଇଁ ଜମି ଓ ପଟ୍ଟା ବଣ୍ଟନ, ସରକାରୀ ବିହନ ଓ କୃଷି ସାମଗ୍ରୀର ସୁଷମ ବଣ୍ଟନ ପ୍ରମୁଖ ଦାବୀ ନେଇ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିଶିର କୁମାର ମିଶ୍ର, ମାଧବ ଗୌଡ଼, ଆକାଶ ପଟ୍ଟନାୟକ, ସଞ୍ଜୟ ପ୍ରଧାନ, ନୟନ ମଳିକ, ପୁରୁଷୋତ୍ତମ ସ୍ୱାଇଁ, ଦାମୋଦର ମହାପାତ୍ର, ପଞ୍ଚାନନ ଡାକୁଆ, ରାମକୃଷ୍ଣ ପାତ୍ର, ସୁଶାନ୍ତ ସେଠି, ସିମାଞ୍ଚଳ ଖୁଣ୍ଟିଆ, ସଞ୍ଜୟ ମୁନୀଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ।
କୃଷି ଓ କୃଷକ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଶେରଗଡ଼ ବିଜେପିର ଦାବିପତ୍ର ପ୍ରଦାନ
/sambad/media/post_attachments/wp-content/uploads/2020/09/କୃଷକ-ସମସ୍ୟା-ନେଇଶେରଗଡ଼-ବିଜେପି-ର-ଦାବିପତ୍ର-ପ୍ରଦାନ-ଫୋଟୋ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)