ହାଇକୋର୍ଟରୁ ଜାମିନ ମିଳିବା ପରେ ଜେଲରୁ ମୁକୁଳିଲେ ସିସୋର୍‌ ମୁଖ୍ୟ ପ୍ରଶାନ୍ତ ଦାଶ

ଭୁବନେଶ୍ୱର: ବହୁଚର୍ଚ୍ଚିତ ସିସୋର୍‌ ଚିଟ୍‌ଫଣ୍ଡ ଦୁର୍ନୀତି ମାମାଲାରେ ସଂପୃକ୍ତ ହୋଇ ଗିରଫ ହୋଇଥିବା ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାଶ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ହାଇକୋର୍ଟରୁ ଜାମିନ ମିଳିବା ପରେ ସେ ଜେଲରୁ ମୁକୁଳି ଥିବା ଜଣାପଡ଼ିଛି। ପ୍ରଶାନ୍ତ ଦାସ କ୍ଷତିଗ୍ରସ୍ତ ଜମାକାରୀଙ୍କ ୭କୋଟି ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଥିଲା। ସେ କ୍ରାଇମ ବ୍ରାଞ୍ଚ ଦ୍ୱାରା ୨୦୧୩ରେ ଗିରଫ ହୋଇଥିଲେ।

ସୂଚନାଯୋଗ୍ୟ ପ୍ରଶାନ୍ତ ଦାଶଙ୍କୁ ୮ଟି ମାମାଲରେ ଜାମିନ ମିଳିବା ପରେ ସେ ଜେଲରୁ ମୁକୁଳିଛନ୍ତି। ପୂର୍ବରୁ ତାଙ୍କୁ ୬ଟି ମାମଲାରେ ଜାମିନ ମିଳିଥିଲା। ନବରଙ୍ଗପୁର, ଯାଜପୁର ଓ ଟିଟିଲାଗଡ଼ରେ ତାଙ୍କ ନାମରେ ମାମଲା ଥିଲା।

ପ୍ରଶାନ୍ତ ଦାଶଙ୍କ କମ୍ପାନି ‘ସିସୋର’ ଅଧିକ ଲାଭର ଲୋଭ ଦେଖାଇ ଜମାକାରୀଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ନିଜେ ମାଲିକ ହୋଇଥିିଲେ ମଧ୍ୟ ସେ ଜମାକାରୀଙ୍କୁ ବୁଝାସୁଝା କରିବା ବଦଳରେ ମୁମ୍ବାଇ ପଳାଇ ଯାଇଥିଲେ। ଶେଷରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ପ୍ରଶାନ୍ତଙ୍କୁ ମୁମ୍ବାଇରୁ ଗିରଫ କରିଥିଲା। ପରେ ସିସୋର ଚିଟଫଣ୍ଡ ମାମଲାରେ ରାଜ୍ୟର ଅନେକ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତି ଥିବା ସାମ୍ନାକୁ ଆସିଥିଲା। ସିସୋର ସହ ସମ୍ପର୍କ ରଖିଥିବା ଅନେକ ବ୍ୟକ୍ତି ସିବିଆଇର ଜାଲରେ ଫସି ଯାଇଥିଲେ। ଚିଟ୍‌ଫଣ୍ଡରେ ଫସିଥିବା ରାଜ୍ୟର ହଜାର ସଂଖ୍ୟାରେ ଜମାକାରୀ ସେମାନଙ୍କ ଟଙ୍କା ପାଇ ନଥିବା ବେଳେ ପ୍ରଶାନ୍ତ ଦାଶ ଜେଲରୁ ବାହାରିଛନ୍ତି। ପୂର୍ବରୁ ପ୍ରଶାନ୍ତଙ୍କୁ ୨୦୧୭ ଅଗଷ୍ଟରେ କେତେକ ମାମଲାରେ ସର୍ତମୂଳକ ଜାମିନ ମିଳିଥିଲା।

ସମ୍ବନ୍ଧିତ ଖବର