ସୋନପୁର: ସୋମବାର ସକାଳେ ସୋନପୁର ସ୍ମାର୍ଟ ପାର୍କରେ ଏକ ଘାସକଟା ମେସିନର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ସୋନପୁର ଖଦାଳପଡ଼ାର ବାସନ୍ତି ଦାସ(୩୫) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋନପୁର ଖଦାଳପଡ଼ାର ‘ଉଦ୍ୟାନ’ ସ୍ବୟଂ ସହାୟିକା ଗୋଷ୍ଠୀ ସ୍ମାର୍ଟ ପାର୍କ ସଫେଇ ଦାୟିତ୍ବ ନେଇଛନ୍ତି। ମୃତ ବାସନ୍ତି ଏହି ଗୋଷ୍ଠୀର ସଦସ୍ୟା ଥିଲେ। ସୋମବାର ସକାଳେ ବାସନ୍ତି ସ୍ମାର୍ଟ ପାର୍କରେ ଘାସ ସଫା କରିବା ପାଇଁ ଘାସକଟା ମେସିନଟି କାଢ଼ିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସ୍ମାର୍ଟ ପାର୍କରେ ବିଦ୍ୟୁତ୍ ସଂସ୍ପର୍ଶରେ ଏସଏଚଜି ସଦସ୍ୟାଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2023/06/dead-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)