କବାଟବନ୍ଧ: ଧର୍ମଶାଳା ବ୍ଲକ ଏଣ୍ତଳବା ପଞ୍ଚାୟତର ୭୦ରୁ ଅଧିକା ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କ ଠାରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରି ଫେରାର ଥିବା ଅଭିଯୁକ୍ତ ବ୍ୟାଙ୍କମିତ୍ର ଇନ୍ଦୁମତୀ ପୃଷ୍ଟିଙ୍କ ଘରୁ ଜେନାପୁର ପୁଲିସ ୫ଟି ଫାଇଲ୍ ଜବତ କରିଥିବା ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି। ଅପରପକ୍ଷରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ମୁଖ୍ୟାଳୟର କିଛି ଅଧିକାରୀ ଆଜି ଏଣ୍ତଳବାରେ ପହଞ୍ଚି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଆଲୋଚନା କରିବା ସହ ବ୍ୟାଙ୍କମିତ୍ର ଇନ୍ଦୁମତୀଙ୍କ ଘରକୁ ଯାଇ ତଦନ୍ତ କରି ଫେରିଥିବା ସୂଚନା ମିଳିଛି।
ସ୍ବୟଂ ସହାୟକ ଗୋଷ୍ଠୀର ଋଣଟଙ୍କା ଆଦାୟ କରି ବ୍ୟାଙ୍କରେ ଜମା କରୁନଥିବା ଜଣାପଡ଼ିବା ପରେ ଅଦ୍ୟାବଧି ପ୍ରାୟ ୨୫ଟି ଏସ୍ଏଚ୍ଜି ପକ୍ଷରୁ ଜେନାପୁର ଥାନାରେ ଅଭିଯୋଗ ହୋଇଛି। ମା’ ସ୍ବପ୍ନେଶ୍ବର ସ୍ବୟଂ ସହାୟକ ଗୋଷ୍ଠୀର ଅଭିଯୋଗକ୍ରମେ ଜେନାପୁର ପୁଲିସ ୨୫୩/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଇନ୍ଦୁମତୀ ଧରାପଡିଲେ କିମ୍ବା ପୁଲିସ ତଦନ୍ତ ଠିକ୍ ବାଟରେ ଗଲେ ଏହି ଠକେଇରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ଲୋକଲୋଚନକୁ ଆସିପାରିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/7-17.jpg)