ନଣନ୍ଦକୁ ହତ୍ୟା କରିବା ପଛର କାରଣ ପୁଲିସ ଆଗରେ ବଖାଣିଲା ଭାଉଜ

ପୁରୀ: ବାଲୁଗାଁରରେ ସାମାନ୍ୟ ଝିମିଟି ଖେଳରୁ ମହାଭାରତ ପରି ଏକ ଛୋଟ ଘଟଣାରୁ ଭାଉଜ ନଣନ୍ଦର ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପୁଲିସର ତଦନ୍ତ ପରେ ଘଟଣା ବେଶ୍‌ ନାଟକୀୟ ମୋଡ ନେଇଥିଲା । କାରଣ ହତ୍ୟାକାଣ୍ଡ ପରେ ଝିଅର ପ୍ରେମିକ ଏପରି କରିଛି ବୋଲି ଗଣମାଧ୍ୟମ ଆଗରେ ଏକ ମନଗଢା କାହାଣୀ ରଖିଥିଲା ଭାଉଜ । କିନ୍ତୁ ଶେଷରେ ପୁଲିସ ଆଗରେ ହତ୍ୟାକାଣ୍ଡ ନିଜେ କରିଥିବା ନେଇ ସ୍ୱୀକାର କରିଥିଲା ଭାଉଜ କାବେରୀ ।

ହତ୍ୟାପୂର୍ବର ଘଟଣା ଥିଲା ଏଭଳି।  ଶନିବାର ଦିନ ଘରେ କେହି ନ ଥିଲେ । କାବେରୀ ରୋଷେଇ ଘରେ ରୁଟି କରୁଥିଲା । ନଣନ୍ଦ ଶିବାନୀ ଆରପଟେ ଟିଭି ଦେଖୁଥିଲା। ରୋଷେଇ କାମ ସାରି ଟିଭି ଦେଖିବାକୁ ଯାଇଥିଲେ କାବେରୀ । ସବୁଦିନ ପରି ସେଦିନ ବି ନଣନ୍ଦ ତାଙ୍କୁ ଅନେକ କଥା କହିଥିଲା। ଏମିତି କି ଟିଭି ଦେଖୁଛୁ, ତୋ ବାପା ଘରୁ ଆଣିଥିଲୁ କି ?  ଆସିଗଲୁ ଟିଭି ଦେଖିବା ପାଇଁ। ଭାଇ ସହ ପଳେଇ ଆସିଲୁ, ବାହା ତ ହୋଇ ନାହୁଁ । କିଛି ତ ଜିନିଷ ଆଣି ନଥିଲୁ । ଏଠି କାମ କରିବାକୁ ଆସିଛୁ ଚାକରାଣୀ ପରି କାମ କରି ରହ । ବେଶୀ ମାମଲତଗିରି କର ନାହିଁ ।

ସବୁ ବେଳେ ଏଭଳି କଥା ଶୁଣି ଶୁଣି ଆଉ ସହ୍ୟ କରି ନପାରି କାବେରୀ ପାଖରେ ପଡିଥିବା ଛୁରୀ ଧରି ଶିବାନୀ ବେକକୁ କାଟି ପକାଇଥିଲା। ଛଟପଟ ହୋଇ ସେଠାରେ ଶିବାନୀର ଜୀବନ ଚାଲି ଯାଇଥିଲା। ଏହାପରେ ପରିବାର ଲୋକ ଓ ପୁଲିସକୁ ମନଗଢା କାହାଣୀ ଶୁଣାଇଥିଲା।

ସମ୍ବନ୍ଧିତ ଖବର